ଡାଲାଅଟୋ ଧକ୍କାରେ ବାଇକ ଚାଳକ ମୃତ

ବ୍ରହ୍ମପୁର: ଡାଲାଅଟୋ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାଟି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁୁର- ଓଡାସିଙ୍ଗି ମଧ୍ୟରେ ରହିଥିବା ଏକ ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଘଟିଛି। ମୃତ ଜଣକ ଦିଗପହଣ୍ଡି ବ୍ଲକ ଇଲାକାର ଧର୍ମେନ୍ଦ୍ର ରେଡ୍ଡୀ ଓ ଗୁରୁତର ମହିଳା ହେଲେ କୁନ୍ଦ ରେଡ୍ଡୀ ବୋଲି ଜଣାପଡିଛି ।
ସୂଚନା ଅନୁସାରେ , ରବିବାର ମଧ୍ୟାହ୍ନରେ ଧର୍ମେନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ମହିଳା ଜଣକ ନିଜ ବାଇକ ଯୋଗେ ରାସନ୍ ସାମଗ୍ରୀ ଆଣିବା ନିମନ୍ତେ ଦିଗପହଣ୍ଡି ଆସୁଥିବା ସମୟରେ ବିପରୀତ ଦିଗରୁ ଦ୍ରୁତଗତିରେ ଆସି ଏକ ଅତୋ ମୁହାଁମୁହିଁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା ।