Odisha Link
Bridging the Missing Links in Odisha

ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲରେ ହେବ ମିଶ୍ରଣ । ଏହା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର।

ସିଡୁଲ ଏରିଆରେ ଏଭଳି ପାଖାପାଖି ୩ ହଜାର ସ୍କୁଲ ଥାଇପାରେ। ରାଜ୍ୟରେ ୭୭୭୨ ସ୍କୁଲ୍‌କୁ ମିଶ୍ରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୧୭୨୪ଟି ସ୍କୁଲ୍ ସିଡୁଲ ଓ ନନସିଡୁଲ ଏରିଆରେ ଅଛି।ଏହି ୧୭୨୪ ସ୍କୁଲ୍‌ରେ ୨୫ ଓ ୪୦ରୁ କମ୍ ଛାତ୍ରଛାତ୍ରୀ ଅଛନ୍ତି। ୬୦୪୮ ସ୍କୁଲରେ ୨୦ରୁ କମ୍ ଛାତ୍ରଛାତ୍ରୀ ରହିଛନ୍ତି ବୋଲି ସେ କହିଛନ୍ତି।

Comments are closed.