Odisha Link
Bridging the Missing Links in Odisha

କଙ୍ଗନାଙ୍କ ଭାଙ୍ଗିଥିବା ଅଫିସର କ୍ଷତିପୂରଣ ଭରିବ ‘ବିଏମ୍‌ସି’

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାଓ୍ଵତ୍‌ଙ୍କ ବିନା ଅନୁମତିରେ ଭଙ୍ଗା ଯାଇଥିବା ଘରର କ୍ଷତିପୂରଣ ଭରିବ ‘ବିଏମ୍‌ସି’ । ପାଲି ସ୍ଥିତ କଙ୍ଗନା ଅଫିସକୁ ବିଏମସି ବେଆଇନ କହି ଭାଙ୍ଗିଥିଲା। ଯାହାକୁ ନେଇ କଙ୍ଗନା ବମ୍ବେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଏବେ ଏହି ରାୟ କଙ୍ଗନାଙ୍କ ସପକ୍ଷରେ ଯାଇଛି।

ହାଇକୋର୍ଟ କହିଛନ୍ତି, ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ଅଫିସ୍‌ ଭାଙ୍ଗିବା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଭଙ୍ଗାଭଙ୍ଗି କାରଣରୁ ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟାୟନ କରିବାକୁ ଜଣେ ମୂଲ୍ୟ ନିର୍ଦ୍ଧାରକ ନିଯୁକ୍ତ କରିବାକୁ ମଧ୍ୟ ଅଦାଲତ ଆଦେଶ ଦେଇଛନ୍ତି।

ଏହାଛଡ଼ା, କୌଣସି ମନ୍ତବ୍ୟ ଦେବା ବେଳେ ସଂଯମ ଅବଲମ୍ବନ କରିବା ପାଇଁ ଅଦାଲତ କଙ୍ଗନାଙ୍କୁ ନିର୍ଦେଶ ଦେଇଛନ୍ତି। ଏହି କେସଟି ଗତ ୨ ମାସ ହେବ କୋର୍ଟରେ ଚାଲିବା ପରେ ଆଜି ମାମଲାର ଶୁଣାଣି ହୋଇଛି।

ଅଦାଲତଙ୍କ ରାୟ ପରେ କଙ୍ଗନା ତାଙ୍କ ଅନୁଗାମୀମାନଙ୍କୁ ଧନ୍ୟବାଦ ଦେଇ ଲେଖିଛନ୍ତି, ସରକାରଙ୍କ ବିରୁଦ୍ଧାଚରଣ କରି ବ୍ୟକ୍ତିବିଶେଷ ବିଜୟ ହାସଲ କଲେ, ତାହା ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିଜୟ ନୁହେଁ ଗଣତନ୍ତ୍ରର ବିଜୟ।

ମତେ ସାହସ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଏବଂ ମୋ ଭଗ୍ନସ୍ୱପ୍ନର ତାତ୍ସଲ୍ୟକାରୀଙ୍କୁ ବି ଧନ୍ୟବାଦ। ଆପଣମାନେ ଖଳନାୟକ ସାଜିବା କାରଣରୁ ମୁଁ ‘ହିରୋ’ ହୋଇ ପାରିଲି।

 

Comments are closed.