Odisha Link
Bridging the Missing Links in Odisha

ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ ବିଧାନସଭାକୁ ସୁରୁଖୁରୁ ଭାବେ ଚଳାଇବା ଲାଗି ବିରୋଧୀ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଆଜି ବିଧାନସଭାରେ ପୁଣି ପରୀ ମୃତ୍ୟୁ ପ୍ରସଙ୍ଗ ଉଠିବା ସହ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ବିଧାନସଭା ଗୃହରେ ପୋଷ୍ଟର, ବ୍ୟାନର ଦେଖାଇ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ ବିରୋଧୀ।

ଗୃହ ମଧ୍ୟଭାଗକୁ ଆସି ବିଜେପି, କଂଗ୍ରେସ ସଦସ୍ୟମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲେ। ସେମାନେ ଏସଆଇଟି ତଦନ୍ତ କରିବା ଲାଗି ଦାବି ବି ଉଠାଇଥିଲେ। ଏହାପରେ ବାଧ୍ୟ ହୋଇ ବାଚସ୍ପତି ସାଢେ ଏଗାରଟା ଯାଏଁ ବିଧାନସଭା ମୁଲତବୀ ଘୋଷଣା କରିଥିଲେ। ଏହାଛଡ଼ା ସେ ଗୃହକୁ ସୁରୁଖୁରୁରେ ଚଳାଇବା ଲାଗି ସର୍ବଦଳୀୟ ବୈଠକ ଡାକିଥିଲେ।

Comments are closed.