Odisha Link
Bridging the Missing Links in Odisha

ବିଧାୟକଙ୍କ ବାସଭବନରେ ମରଣାନ୍ତକ ଆକ୍ରମଣ କରିବା ଘଟଣା ; ୩ ଗିରଫ

ଗଜପତି : ବିଧାୟକ କେ.ନାରାୟଣ ରାଓଙ୍କ ବାସଭବନରେ ପଶି ତାଙ୍କ ମାଉସୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ୨ ଦିନ ମଧ୍ୟରେ ପୁଲିସ ଆଜି ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୩ଟି ମୋବାଇଲ ଜବତ କରିଛି।

ଏନେଇ ଏସଡିପିଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା￰ ଦେଇଛନ୍ତି। ସେମାନେ ଟଙ୍କା ଲୁଟ କରିବା ଉଦ୍ଦେଶରେ ଯାଇ ଥିଲେ,କିନ୍ତୁ ମାଉସୀ ପାଟି କରିବାରୁ ମରଣାନ୍ତକ ଆକ୍ରମଣ କରି ଚାଲି ଯାଇଥିଲେ ବୋଲି ସେ କହିଛନ୍ତି।

ସୂଚନା ଯୋଗ୍ୟ, ନଭେମ୍ବର ୨୫ ସନ୍ଧ୍ୟାରେ ଦୁଇ ଜଣ ଅଜଣା ଯୁବକ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ଘରେ ପ୍ରବେଶ କରି ତାଙ୍କ ମାଉସୀ ପି.ତାତାମ୍ମାଙ୍କୁ  ଆକ୍ରମଣ କରିଥିଲେ। ୨ ଜଣ ଦୁର୍ବୃତ୍ତ ଘରେ ପଶି ଲୁଟ ଉଦ୍ୟମ କରିବା ସହ ତାଙ୍କୁ ମରଣାନ୍ତ ଆକ୍ରମଣ କରିଥିଲେ।

Comments are closed.