Odisha Link
Bridging the Missing Links in Odisha

ଗିରଫ ହେଲେ ପାଠକ ବାପ-ପୁଅ

ଭୁବନେଶ୍ୱର: ଗିରଫ ହେଲେ ବାପା ପୁଅ। ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଭୟ ଗିରଫ ହୋଇଛନ୍ତି। ଉଭୟଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ଭିଜିଲାନ୍ସ।

ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଉଭୟ ବାପା, ପୁଅ ହାଜର ହୋଇଛନ୍ତି। ଉଭୟଙ୍କ ଅଥିକ ପଚରାଉଚରା ପାଇଁ ରିମାଣ୍ଡରେ ନେବା ପାଇଁ ଭିଜିଲାନ୍ସ ଆବେଦନ କରିବ। ଏହା ବ୍ୟତିତ ଅଭୟଙ୍କ ଡ୍ରାଇଭର ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖିଛି।

ଏହା ପୂର୍ବରୁ ଭିଜିଲାନ୍ସ ପାଠକଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ଜବତ କରିଥିଲା। ପୁଅ ଆକାଶଙ୍କ ନାମରେ ବି ଆର୍ଥିକ ଅନିୟମିତତା ସହ ଠକେଇ ଅଭିଯୋଗ ରହିଥିଲା। ଏଥିରେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ୍ରାଇଭର ସାମିଲ ଥିଲେ। ଏହି ଘଟଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ ଜଣଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ।

ଦୁର୍ନୀତି ଗ୍ରସ୍ତ ଆଇଏଫଏସ ପାଠକଙ୍କ ବାସଭବନ ସହିତ ଅନେକ ସ୍ଥାନରେ ହୋଇଥିବା ଚଢାଉକୁ ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଗୁରୁବାର ତାରିଖରେ ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଥିଲା।ଆର୍ଥିକ ଅନିୟମିତତା, ଅମାପ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରିଥିଲା ଭିଜିଲାନ୍ସ। କାରଣ ତାଙ୍କ ନାମରେ ବହୁପରିମାଣରେ ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ସୂଚନା ମିଳିଥିଲା।

ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ବେଳେ ଘରୁ ପ୍ରାୟ ୬୦ଲକ୍ଷ ଟଙ୍କା କ୍ୟାସ, ୮୦୦ ଗ୍ରାମର ସୁନା ଅଳଙ୍କାର ମିଳିବା ସହିତ ୨୩ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଜବତ ହୋଇଥିଲା।

Comments are closed.