Odisha Link
Bridging the Missing Links in Odisha

ଭୁଜାଲିରେ ହାଣି ଲୁଟିନେଲେ ଟଙ୍କା

ବାରିପଦା: ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା। ବାରିପଦାରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ୩ ଲକ୍ଷରୁ ଅଧିକ ଟଙ୍କା ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଆଜି ଏପରି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବଜାର ଅଞ୍ଚଳରେ ଘଟିଛି। ଗୋଟିଏ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ବ୍ୟବସାୟୀଙ୍କୁ ହାଣି ଟଙ୍କା ଲୁଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଅବସ୍ଥାରେ ବ୍ୟବସାୟୀ ଜଣଙ୍କ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଅଞ୍ଚଳର ଗୋପୀନାଥ ବେହେରା ବେତନଟୀ ବଜାରରେ ହଲସେଲ୍‌ ସାମଗ୍ରୀ ଜଗାଇ ଦୋକାନ ଦେଇଛନ୍ତି। ଆଜି ସେ ସେହି ଦୋକାନ ଗୁଡ଼ିକଠାରୁ ଟଙ୍କା ଆଦାୟ କରୁଥିଲେ। ଏହି ସମୟରେ ତିନି ଜଣ ଯୁବକ ଏକ କଳା ପଲ୍‌ସର ବାଇକରେ ଆସି ବ୍ୟବସାୟଙ୍କୁ ଆକ୍ରମଣ କରି ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଟଙ୍କା ବ୍ୟାଗ ନଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରେ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୋପିନାଥଙ୍କୁ ପ୍ରଥମେ ବେତନଟୀ ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Comments are closed.