Odisha Link
Bridging the Missing Links in Odisha

ପ୍ରଥମ ଦିନିକିଆରେ ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ

ସିଡନୀ: ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ। ଅଷ୍ଟ୍ରେଲିଆଠୁ ଭାରତ ୬୬ ରନରେ ପରାସ୍ତ ହୋଇଛି। ଖରାପ ବୋଲିଂ ପରେ ନୈରାଶ୍ୟଜନକ ବ୍ୟାଟିଂ କାରଣରୁ ଟିମ୍ ଇଣ୍ଡିଆ ଆଜିର ମ୍ୟାଚ୍‌ ଭାରି ପଡିଛି। ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ସିରିଜର ୨ୟ ମ୍ୟାଚ୍ ରବିବାର ଖେଳାଯିବ।

ଆଜିର ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଫଳରେ ଦମଦାର ବ୍ୟାଟିଂ କରିଥିଲା ଦଳ। ଦଳ ପକ୍ଷରୁ ଆରୋନ ଫିଞ୍ଚ ୧୧୪, ସ୍ମିଥ ୧୦୫ ୱାର୍ଣ୍ଣର ୬୯ ଓ ମାକ୍ସୱେଲ ୪୫ ରନ କରିଥିଲେ ଫଳରେ ଦଳ ୫୦ ଓଭରରେ ୬ ୱିକେଟ ହରାଇ ୩୭୪ ରନର ବିଶାଳ ସ୍କୋର କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ ନେଇଥିଲେ।

ପରେ ଦ୍ୱିତୀୟ ଇଂନିସରେ ଭାରତ ୩୭୫ ରନର ବିଜୟ ଲକ୍ଷ୍ୟ ନେଇ ମୌଦାନକୁ ଓହ୍ଲାଇଥିଲା। ହେଲେ ଅଷ୍ଟ୍ରେଲିଆ ମାଟିରେ ଭାରତ ଉପରେ ଭାରି ପଡିଲା କଙ୍ଗାରୁ ଦଳ। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୯୦, ଶିଖର ଧୱନ ୭୪ ରନ କରିଥିଲେ। ହେଲେ ଆଉ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ। ଫଳରେ ଦଳ ୫୦ ଓଭରରେ ୮ ୱିକେଟ ହରାଇ ୩୦୮ ରନ କରିବାରେ ସଫଳ ହୋଇଥିଲା।

Comments are closed.