Odisha Link
Bridging the Missing Links in Odisha

ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦ, ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହେଲା ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ପାଖାପାଖି ୩ ଘଣ୍ଟା ବିଳମ୍ବରେ ମହାପ୍ରଭୁଙ୍କ ବେଶ ଆରମ୍ଭ ହୋଇଛି। ଭୋର୍ ୪ଟା ୪୫ରୁ ନାଗାର୍ଜୁନ ବେଶ ଆରମ୍ଭ ହେବାର ଥିଲା, କିନ୍ତୁ ସ୍ୱର୍ଣ୍ଣ ଅଳଙ୍କାରକୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିବାରୁ ସକାଳ ୭ଟାରୁ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ସିଂହାରୀ, ଖୁଣ୍ଟିଆ ଓ ଭଣ୍ଡାର ମେକାପଙ୍କ ମଧ୍ୟରେ ଏହି ବିବାଦ ସୃଷ୍ଟି ହୋଇଥିଲା। ଅଧିକ ସେବାୟତ ନିୟୋଜିତ ହେବା ନେଇ ମଧ୍ୟ ବିବାଦ ହୋଇଥିଲା।

ଶେଷରେ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବା ପରେ ୩ ଘଣ୍ଟା ବିଳମ୍ବରେ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା। ଅବକାଶ ଓ ମଇଲମ ନୀତି ପରେ ଚାଲିଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ।

Comments are closed.