Odisha Link
Bridging the Missing Links in Odisha

ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ

ପୁରୀ: ସଂପନ୍ନ ହେଲା ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦୀର୍ଘ ୨୬ ବର୍ଷ ପରେ ହୋଇଥିଲା। ଶ୍ରୀମନ୍ଦିରରେ ପାଟପଟୁଆରରେ ମହାବାହୁଙ୍କ ବେଶ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି।

ଶ୍ରୀଜିଉଙ୍କ ଅବକାଶ ନୀତି ସରିବା ପରେ ମଇଲମ ନୀତି ହୋଇଥିଲା। ସମାନ ସମୟରେ ଚାଲିଥିଲା ମହାପ୍ରଭୁଙ୍କ ନାଗାର୍ଜୁନ ବେଶ । ତେବେ ୧୬ ପ୍ରକାର ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହେଲେ ମହାପ୍ରଭୁ। ବୀର ନାଗା ବେଶରେ ସଜେଇ ହେଲେ ଜଗାବଳିଆ।

ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହେଲେ ମାଆ ସୁଭଦ୍ରା । ତେବେ ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିର ପରିସର ବାହାରେ ଭକ୍ତିମୟ ପରିବେଶ । ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପିଥିଲା ସିଂହଦ୍ୱାର । ବାଦ୍ୟ ଓ ନୃତ୍ୟ ସହ ଶ୍ରୀମନ୍ଦିରରେ ଆଧ୍ୟାତ୍ମିକ ପରିବେଶ ।

ସୂଚନା ଅନୁସାରେ, ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ। ଭୋର ୪ଟା ପରିବର୍ତ୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ। ମହାପ୍ରଭୁଙ୍କ ସୁନା ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଥିଲା।

ସୂଚନା ଅନୁସାରେ ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଅଧିକ ସଂଖ୍ୟକ ସେବାୟତ ନିୟୋଜନ ନେଇ ବିବାଦ ହୋଇଥିଲା ଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାଶୁଝା ପରେ ଆରମ୍ଭ ହୋଇଥିଲା ବେଶ ଲାଗି ।

Comments are closed.