Odisha Link
Bridging the Missing Links in Odisha

ନକ୍ସା ଅନୁସାରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମା ନିର୍ଦ୍ଧାରଣ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମା ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଯାଇଛି। ୧୯୬୩ ସେଟେଲମେଣ୍ଟ ନକ୍ସା ଅନୁସାରେ ୨ ରାଜ୍ୟର ସୀମା ନିର୍ଦ୍ଧାରଣ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

ଉଭୟ ସୀମାନ୍ତବାସୀ ଏହି ସୀମାକୁ ମାନିବାକୁ ବାଧ୍ୟ ହେବେ। ଏନେଇ ଉଭୟ ରାଜ୍ୟର ସ୍ଥାନୀୟ ପ୍ରଶାସନ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ପର୍ଯ୍ୟାୟକ୍ରମେ ଉଭୟ ରାଜ୍ୟର ସୀମା ଚିହ୍ନଟ କରାଯିବ ।

ତେବେ ବୈଠକରେ କୋରାପୁଟ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ରାଜସ୍ୱ ବିଭାଗ ଅଧିକାରୀ, ତହସିଲଦାର ଉପସ୍ଥିତ ଥିଲେ । ସେହିପରି ଆନ୍ଧ୍ର ପକ୍ଷରୁ ଉପଜିଲ୍ଲାପାଳ, ବନ ବିଭାଗ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନାରେ ଉଭୟ ପକ୍ଷରୁ ସୀମାନ୍ତବାସୀ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.