Odisha Link
Bridging the Missing Links in Odisha

ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସିଡିପିଓ

ଧର୍ମଗଡ଼: ଲାଞ୍ଚ ନେବା ପଡ଼ିଲା ମହଙ୍ଗା । ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଲେ କୋକସରା ସିଡିପିଓ। ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଆଲୋଚନା ହେଉଛି।

ସୂଚନା ଅନୁସାରେ, ୩ ମାସର ବକେୟା ଦରମା କରାଇଦେବା ପାଇଁ କଳାହାଣ୍ଡି ଜିଲ୍ଲା ସୁନାମାଲ୍‌ ଗାଁର ଅଙ୍ଗନବାଡ଼ି କର୍ମୀ କୋକସରା ସିଡିପିଓ ଜୟନ୍ତୀ ମହାନ୍ତିଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ। ଅନୁରୋଧ ରକ୍ଷା କରି ସେ ଦୁଇ ମାସର ବକେୟା ଦରମା ରିଲିଜ୍‌ କରିଥିଲେ। ହେଲେ ଗୋଟିଏ ମାସର ଦରମା ଦେଲେନାହିଁ। ଏଥିପାଇଁ ଶ୍ରୀମତି ମହାନ୍ତି ୫୦୦୦ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଅଙ୍ଗନବାଡ଼ି କର୍ମୀ ଜଣକ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ର କର୍ମକର୍ତ୍ତାମାନେ ସିଡିପିଓଙ୍କୁ ଧରିଥିଲେ। ଏପରିକି ଲାଞ୍ଚ ଟଙ୍କା ଜବତ କରିଥିଲେ।

Comments are closed.