Odisha Link
Bridging the Missing Links in Odisha

ଝାଡ଼ଖଣ୍ଡ ଗାଡ଼ିରେ ଓଡ଼ିଶା ନମ୍ବର, ଚାଲିଛି ଗଞ୍ଜେଇ ବେପାର

ବ୍ରହ୍ମପୁର: ଦିନକୁଦିନ ଗଞ୍ଜେଇ ବେପାର ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ପୁଲିସ ବିଭିନ୍ନ ପ୍ରକାର ଚେଷ୍ଟା କରୁଛି। ତେବେ ଝାଡ଼ଖଣ୍ଡ ଗାଡ଼ିରେ ଓଡ଼ିଶା ନମ୍ବର ଲଗାଇ ଗଞ୍ଜେଇ ବେପାର କରୁଥିଲେ ଅଭିଯୁକ୍ତ। ସେମାନେ ପିକ ଅପ୍ ଗାଡ଼ିଟି ଖାଲିଥିବା କହି ଖସି ଯିବାକୁ ଚେଷ୍ଚା କରିଥିଲେ । ତାହାସହ ସେମାନଙ୍କର ପୁଲିସଙ୍କ ସହିତ ବଚସା ମଧ୍ୟ ହୋଇଥିଲା।

ସୂଚନା ଅନୁସାରେ, ଆଜି ସକାଳ ୯ଟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଥିଲା। ଜାତୀୟ ରାଜପଥ ୧୬ର ଲାଞ୍ଜିପଲ୍ଲୀ ଛକ ନିକଟରେ ଏକ ମାକ୍ସ ପିକ ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଅବକାରୀ ପୋଲିସ।ଯାଞ୍ଚ ବେଳେ ଅବକାରୀ ଅଧିକାରୀଙ୍କ ସହ ପାଟିତୁଣ୍ଡ ବି ହୋଇଥିଲା।

ଆଉ ଶେଷରେ ମିଳିଲା ବସ୍ତା ବସ୍ତା ଗଞ୍ଜେଇ। ପଚରାଉଚରା ବେଳେ ଜଣାପଡ଼ିଥିଲା ପିକ ଅପ୍ ଗାଡ଼ିଟି ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ଧରି କଟକ ଆଠଗଡ଼ ଅଞ୍ଚଳକୁ ଯାଉଥିଲା। ଏଥିରୁ ପ୍ରାୟ ୧୩୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ନିକଟରୁ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧୦କିଲୋ ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ୩ଜଣଙ୍କୁ ଗିରଫ କରିଛି।

Comments are closed.