ରିଲିଜ ହେଲା କୁଲି ନମ୍ବର-୧ର ପ୍ରଥମ ଗୀତ ‘ତେରି ଭାବି’

ମୁମ୍ବାଇ: ବଲିଉଡରେ ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ସାରା ଅଲ୍ଲି ଖାନ। ଦୁହେଁ ସିନେମା କୁଲି ନମ୍ବର-୧ ରେ ଏକାଠି ନଜର ଆସୁଛନ୍ତି। ସିନେମାର ପ୍ରଥମ ଗୀତ ରିଲିଜ ହୋଇଛି।
ପ୍ରଥମ ଗୀତ ‘ତେରି ଭାବି’କୁ ମେକର୍ସମାନେ ରିଲଜ କରିଛନ୍ତି। ଗୀତରେ ଉଭୟଙ୍କର ଦମଦାର ଡ୍ୟାନ୍ସ ଦେଖିବାକୁ ମିଳିଛି। ଗୀତରେ ବରୁଣ ସାରାଙ୍କ ଏକ ଫଟୋ ଧରି ନାଚୁଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ସିନେମାଟି ୧୯୯୫ରେ ରିଲିଜ ହୋଇଥିବା ଗୋବିନ୍ଦା ଓ କରିଶ୍ମା କପୁରଙ୍କ ସିନେମା କୁଲି ନମ୍ବର-୧ର ରିମେକ। ଏଥିରେ ଜାଭେଦ ଜାଫରୀ, ପରେଶ ରାୱଲ, ରାଜପାଲ ଯାଦବ, ଜନି ଲିଭର ଏବଂ ଶିଖା ତଲସାନିଆଙ୍କ ଭଳି ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି।
ସିନେମାଟିକୁ ଡେଭିହ ଧୱନ ନିର୍ଦ୍ଦେଶନା ଦେଇଛନ୍ତି। ଏହା ଆସନ୍ତା ୨୫ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହେବ ।