ଭୁବନେଶ୍ବରରେ ଖୋଲା ଅକାଶ ତଳେ ଶୋଇବା ମନା

ଭୁବନେଶ୍ୱର: ଏଣିକି ଆଉ କେହି ଭୁବନେଶ୍ବରରେ ଖୋଲା ଆକାଶ ତଳେ ଶୋଇବେ ନାହିଁ । ରାସ୍ତାକଡ଼ ଫୁଟପାଥରେ ଶୋଇବାକୁ ମନା କରାଯାଇଛି। ଏ ନେଇ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ବିଏମସି ପକ୍ଷରୁ କୁହାଯାଇଛି, ବାସହୀନ ଲୋକେ ଯେପରି ରାସ୍ତାକଡ଼ ଫୁଟପାଥ ବା ଖୋଲା ଆକାଶ ତଳେ ଶୋଇବେ ନାହିଁ। ସେ ନେଇ ପଦକ୍ଷେପ ନିଆଯାଇଛି। ଯେଉଁମାନେ ଖୋଲା ଆକାଶ ତଳେ ଶୋଇବେ, ସେମାନଙ୍କୁ ପ୍ରଥମେ ସଚେତନ କରାଯିବ। ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ।
ଏ ନେଇ ପଦକ୍ଷେପ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬ ଜଣଙ୍କୁ ରାସ୍ତାକଡ଼ରୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ବିଏମସି କହିଛି ଏହି ଅଭିଯାନ ଜାରି ରହିବ। କାହାରିକୁ ଖୋଲା ଆକାଶ ତଳେ କିମ୍ବା ଫୁଟପାଥରେ ଶୋଇବାକୁ ଦିଆଯିବ ନାହିଁ।