Odisha Link
Bridging the Missing Links in Odisha

ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲେ ଆନ୍ଦୋଳନରତ କୃଷକ। କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି କୃଷକ। ୪ ଥର ବୈଠକ ପରେ ବି ନିଷ୍କର୍ଷ ବାହାରିପାରୁନି। ଏହାସହ ଏବେ ଯାଏଁ କୃଷକ ଆନ୍ଦୋଳନ ଜାରି ରଖିଛନ୍ତି। ନୂତନ କୃଷିବିଲକୁ ବିରୋଧ କରି ପଞ୍ଜାବ, ହରିଆଣା ଓ ଦେଶର ଅନ୍ୟକିଛି ରାଜ୍ୟର ଚାଷୀ ମାନେ ୮ ଦିନ ହେବ ଆନ୍ଦୋଳନ ଜାରି ରଖିଛନ୍ତି।

ଏହି ବିଲରେ ସେମାନେ ସର୍ବନିମ୍ନ ସହାୟକ ରାଶିକୁ ଆଇନସିଦ୍ଧ କରିବାକୁ ଦାବି କରିଥିବା ବେଳେ ବିଲରେ ଥିବା କଣ୍ଟାକ୍ଟ ଫାର୍ମିଂକୁ ବିରୋଧ କରିଛନ୍ତି। ଏନେଇ ସେମାନେ ଶୀତ କାକରରେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଏନେଇ ଚାଷୀ ନେତା ଓ ସରକାରଙ୍କ ଭିତରେ ୪ ଥର ବୈଠକ ବସି ସାରିଲାଣି। ହେଲେ ବୈଠକରେ କିଛି ନିସ୍ପତ୍ତି ବାହାରିପାରୁ ନଥିବା ବେଳେ ଚାଷୀ ମାନେ କିନ୍ତୁ ଆନ୍ଦୋଳନରୁ ଓହୁରିବାକୁ ରାଜି ହୋଇ ନାହାନ୍ତି। ଆସନ୍ତା କାଲି ପୁଣି ସରକାର ଓ କୃଷକ ମାନଙ୍କ ମଧ୍ୟରେ ବୈଠକ ବସିବ ବୋଲି ସୂଚନା ମିଳିଛି।

ଅନ୍ୟପଟେ ଏହି ଆନ୍ଦୋଳନକୁ ବିଶେଷ କରି ପଞ୍ଜାବର କୃଷକ ମାନେ ନେତୃତ୍ୱ ନେଉଥିବା ବେଳେ ସେଠାକାର ନେତା, ଖେଳାଳୀ, ଲେଖକ ଆଦି କୃଷକ ଆନ୍ଦୋଳନକୁ ସମର୍ଥନ କରି କେନ୍ଦ୍ରସରକାରଙ୍କ ଦ୍ୱାରା ସେମାନଙ୍କୁ ଦିଆଯାଇଥିବା ପୁରସ୍କାର ଫେରସ୍ତ କରିବାରେ ଲାଗିଛନ୍ତି।

Comments are closed.