Odisha Link
Bridging the Missing Links in Odisha

୨୪ ଘଣ୍ଟିଆ ଉପଲବ୍ଧ ହେବ ଆରଟିଜିଏସ ସେବା: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଆରଟିଜିଏସ ସେବାକୁ ଆଗାମୀ କିଛି ଦିନ ମଧ୍ୟରେ ୨୪x୭ କରାଯିବ। ଏନେଇ ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଆଜି ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ଋଣନୀତି ସମୀକ୍ଷା ଘୋଷଣା କରିବାବେଳେ ଶ୍ରୀ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଏବେ ଆରଟିଜିଏସ (ରିଅଲ ଟାଇମ୍‌ ଗ୍ରସ ସେଟଲମେଣ୍ଟ) ସେବା ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଉପଲବ୍ଧ ହେଉଛି ଏହା ମଧ୍ୟ କେବଳ କାର୍ଯ୍ୟ ଦିବସରେ ଉପଲବ୍ଧ ହୋଇଥାଏ। କିନ୍ତୁ ଏଣିକି ଦିନର ସବୁ ସମୟରେ ଓ ସପ୍ତାହର ସବୁଦିନ ଏହି ସେବା ଉପଲବ୍ଧ ହେବ। ଆରବିଆଇର ଏହି ପଦକ୍ଷେପ ଦ୍ବାରା ବ୍ୟବସାୟୀମାନେ ଉପକୃତ ହେବାର ସମ୍ଭାବନା ରହିଛି।

ସାଧାରଣତଃ ଅଧିକ ପରିମାଣର ଅର୍ଥ (୨ ଲକ୍ଷ ଟଙ୍କାରୁ ଅଧିକ) ପ୍ରେରଣ ପାଇଁ ଆରଟିଜିଏସ ସେବା ବ୍ୟବହାର କରାଯାଏ। ପୂର୍ବରୁ ଏହି ସେବା ସକାଳ ୭ଟାରୁ ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ଉପଲବ୍ଧ ହେଉଥିଲା। ଗତ ବର୍ଷ ମେ ମାସରେ ଏହାକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।ଗତ ବର୍ଷ ଡିସେମ୍ବର ମାସରେ ସରକାର ଏନଇଏଫଟି ବା ନ୍ୟାସନାଲ ଇଲେକ୍ଟ୍ରୋନିକ୍ସ ଫଣ୍ଡ ଟ୍ରାନ୍ସଫର ବ୍ୟବସ୍ଥାକୁ ୨୪ ଘଣ୍ଟିଆ କରିଥିଲେ।

Comments are closed.