Odisha Link
Bridging the Missing Links in Odisha

ଭାରତୀୟ ଶିକ୍ଷକଙ୍କୁ ‘ଗ୍ଲୋବାଲ୍‌ ଟିଚର’ ପୁରସ୍କାର

ମହାରାଷ୍ଟ୍ର: ଭାରତର ଶିକ୍ଷକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷକ ସମ୍ମାନ। ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଗ୍ଲୋବାଲ୍‌ ଟିଚର ୨୦୨୦ ପୁରସ୍କାର ମିଳିଛି। ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ପରିଷଦ ସ୍କୁଲର ଏକ ପ୍ରାଇମେରୀ ଶିକ୍ଷକ ୭ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତ। ରଣଜିତ ସିଂହ ଡିସଲେ ଗ୍ଲୋବାଲ ଶିକ୍ଷକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ କୌଣସି ଭାରତୀୟଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକର ମାନ୍ୟତା ମିଳିଛି।

ୟୁନେସ୍କୋ ଏବଂ ଲଣ୍ଡନ ସ୍ଥିତ ୱାର୍କୀ ଫାଉଣ୍ଡେସନ ଦ୍ୱାରା ଦିଆଯାଉଥିବା ଗ୍ଲୋବାଲ ଟିଚର ପ୍ରାଇଜ ଡିସେମ୍ବର ୩ ତାରିଖ ଦିନ ଘୋଷଣା କରାଯାଇଥିଲା। ସୋଲାପୁର ପରିତୋୱାଡୀ ଜିଲ୍ଲା ପରିଷଦ ସ୍କୁଲର ଶିକ୍ଷକ ରଣଜିତସିଂହ ଡିସଲେ ଏହି ପୁରସ୍କାର ଜିତିଛନ୍ତି। ଲଣଅଡନର ନାଚୁରାଲ ହିଷ୍ଟ୍ରି ମ୍ୟୁଜିୟମରେ ହୋଇଥିବା ଏହି ସମାରୋହରେ ସୁପ୍ରସିଦ୍ଧ ଅଭିନେତା ଷ୍ଟିଫନ ଫ୍ରାୟ ଏହି ପୁରସ୍କାର ଘୋଷଣା କରିଥିଲେ।

ବିଶ୍ୱର ୧୪୦ ଦେଶର ୧୨ ହଜାରରୁ ମଧ୍ୟ ଅଧିକ ଶିକ୍ଷକ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଝିଅ ମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଭାରତରେ ଦ୍ରୁତ ପ୍ରତିକ୍ରିୟା (QR) କୋଡେଡ୍ ପାଠ୍ୟପୁସ୍ତକ ବିପ୍ଳବକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟମ ପାଇଁ ରଣଜିତ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

୨୦୧୪ରେ ୱର୍କେ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ ବାର୍ଷିକ ପୁରସ୍କାର ପାଇଁ ବିଶ୍ୱବ୍ୟାପି ୧୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଥିଲା। ଏହି ପୁରସ୍କାର ଏମିତି ବିଚକ୍ଷଣ ଶିକ୍ଷକଙ୍କୁ ଦିଆଯାଏ ଯେଉଁମାନେ ନିଜର ଶିକ୍ଷଣ କ୍ଷେତ୍ର ଉକ୍ତୃଷ୍ଟ ଯୋଗଦାନ ଦେଇଛନ୍ତି। ରଣଜିତ ସିହଂଙ୍କ ଏହି ସଫଳତାରେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରଣଜିତ ସିଂହ ଡିସଲେ ଜିତିଥିବା ପୁରସ୍କାର ରାଶିର ୫୦ ପ୍ରତିଶତ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଁଞ୍ଚିଥିବା ଶିକ୍ଷକଙ୍କ ସହ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି କାରଣରୁ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଲାଭ କରିବା ପାଇଁ ସୁଯୋଗ ମିଳିବ। ଏହି ସମାରୋହ ଭର୍ଚ୍ୟୁଆଲ ଆୟୋଜିତ କରାଯାଇଥିଲା।

Comments are closed.