Odisha Link
Bridging the Missing Links in Odisha

କରୋନା: ରାଜ୍ୟରେ ସୁସ୍ଥ ହେଲେ ୬୪୨ ଆକ୍ରାନ୍ତ

ଭୁବନେଶ୍ଵର: ଦୀର୍ଘ ନଅ ମାସ ପରେ ହ୍ରାସ ପାଉଛି କରୋନା ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୪୨ ରୋଗୀ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୧୪,୦୨୩ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୩ ଜଣ ସୁସ୍ଥ ହୋଇଛନ୍ତି। ସେହି ପରି ସୁନ୍ଦରଗଡ ଜିଲ୍ଲାରୁ ୬୫, ଖୋର୍ଦ୍ଧା ଜିଲ୍ଲାରୁ ୬୦, ମୟୂରଭଞ୍ଜରୁ ୪୪, ନୂଆପଡାରୁ ୩୯, ଝାରସୁଗୁଡାରୁ ୩୬, ବଲାଙ୍ଗୀରରୁ ୩୧, କଟକରୁ ୨୯, ଜଗତସିଂହପୁରରୁ ୨୮, କେନ୍ଦୁଝରରୁ ୨୬, ବାଲେଶ୍ଵରରୁ ୨୫, ଭଦ୍ରକରୁ ୨୦, ସମ୍ବଲପୁରରୁ ୧୯, ଗଞ୍ଜାମରୁ ୧୭, କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୭, ବରଗଡରୁ ୧୪, କଳାହାଣ୍ଡିରୁ ୭, ନୟାଗଡରୁ ୭, ଢେଙ୍କାନାଳରୁ ୬, ଗଜପତିରୁ ୪, ନବରଙ୍ଗପୁରରୁ ୪, ରାୟଗଡାରୁ ୪, ବୌଦ୍ଧରୁ ୩, ଦେବଗଡରୁ ୩, କନ୍ଧମାଳରୁ ୨ ଓ ସୋନପୁରରୁ ଜଣେ କରୋନାରୁ ଆରୋଗ୍ୟଲାଭ କରିଛନ୍ତି।

ପ୍ରକାଶ ଯେ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୨୦୩୯୪କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୫ ଜଣଙ୍କ ମୁଣ୍ଡ ନେଇଛି।

Comments are closed.