Odisha Link
Bridging the Missing Links in Odisha

ପରୀ ମୃତ୍ୟୁ ମାମଲା: ନୟାଗଡ ଏସ୍‌ପିଙ୍କୁ ଏନସିପିସିଆରଙ୍କ ସମନ

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ମାମଲାରେ ନୟାଗଡ ଏସ୍.ପିଙ୍କୁ ସମନ କରାଯାଇଛି। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏସ୍.ପି ପ୍ରତ୍ୟୁଷ ଦିଓ୍ଵାକରଙ୍କୁ ନୋଟିସ୍ ଜାରି କରାଯାଇଛି।

ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ ଉପରେ ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି। ଏନେଇ ନୟାଗଡ଼ ଏସପି ଆସନ୍ତା ୯ ତାରିଖରେ ଏନସିପିସିଆରଙ୍କ ନିକଟରେ ହାଜର ହେବାକୁ କୁହାଯାଇଛି। ତେବେ ଏହି ସମ୍ବେଦନଶୀଳ ମାମଲାରେ ଏସପି କଣ ପଦକ୍ଷେପ ନେଇଛନ୍ତି ତାହା ସେ ହାଜର ହୋଇ ଜଣାଇବାକୁ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ନୟାଗଡର ଯଦୁପୁରର ୫ ବର୍ଷର ଶିଶୁ କନ୍ୟା‌ ପରୀ ହଠାତ ନିଖୋଜ ହୋଇଯାଇଥିଲା। ପରିବାର ଲୋକେ ବହୁତ ଖୋଜାଖୋଜି କରି ଥାନାରେ ଏତଲା ଦେଇଥିଲେ। ଘଟଣାର କିଛିଦିନ ପରେ ତା’ର ଗଳିତ ମୃତଦେହକୁ ଘର ପଛପଟେ ଏକ ଅଖାବସ୍ତାରେ ବାନ୍ଧି ପକାଇ ଦିଆଯାଇଥିବା ଦେଖିବାକୁ ମିଳିଥିଲା। ଏ ନେଇ ପରିବାର ଲୋକେ ପୁଲିସକୁ ଜଣାଇଥିଲେ ମଧ୍ୟ ପୁଲିସ ପଦକ୍ଷେପ ନେଇ ନଥିଲା।

ପରୀ ମୃତ୍ୟୁର ୪ ମାସ ପରେ ପୁଲିସ ଠାରୁ ସହାୟତା ନପାଇ ଶେଷରେ ଚଳିତ ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ପରୀର ବାପା ଓ ମା’ ବିଧାନସଭା ଆଗରେ ଆତ୍ମାହୁତି ଦେବାକୁ ପ୍ରୟାସ କରିଥିଲେ। କରୁଥିବା ବେଳେ ପୁଲିସ ତାଙ୍କୁ ଅଟକାଇଥିଲା। ଏହାପ‌ରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଘୋଷଣା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Comments are closed.