Odisha Link
Bridging the Missing Links in Odisha

ପ୍ରଦୀପଙ୍କ ଅଢେଇ କୋଟିର ଯାଞ୍ଚ କରିବ ଇଡି

ଭୁବନେଶ୍ୱର: ଗତକାଲି ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବ୍ୟାଙ୍କ ଆକାଉଣ୍ଟର ଛାନଭିନ୍‌ ଆରମ୍ଭ ହୋଇଯାଇଛି। ପ୍ରଦୀପଙ୍କ ଆକାଉଣ୍ଟକୁ ଆସିଥିବା ଅଢେଇ କୋଟି ଟଙ୍କାର ଯାଞ୍ଚ ହେବ। ପ୍ରଦୀପଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଚିଠି ଲେଖିଛି ଇଡି। ଟଙ୍କା ଦେଇଥିବା ବ୍ୟକ୍ତି ମଧ୍ୟ ତଦନ୍ତ ପରିସରଭୁକ୍ତ ହେବେ। ଏଥିସହିତ ସୋରଡାରେ ଥିବା ଜମିର ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ସହ ଅଭୟ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ୨ଟି ମାମଲା ଇଡି ରୁଜୁ କରିବ ବୋଲି ସୂତ୍ରରୁ ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ପ୍ରଦୀପ ପାଣିଗ୍ରାହୀ ଓ ଆକାଶଙ୍କ ମଧ୍ୟରେ ଲକ୍ଷାଧିକ ଟଙ୍କାର କାରବାର ହୋଇଛିି। ତଦନ୍ତ ବେଳେ ଭିଜିଲାନ୍ସ ହାତରେ ଲାଗିଛି ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗୋଟିଏ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି। ବ୍ରହ୍ମପୁର କୋଟାପେଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦୀପଙ୍କର ଅଢେଇ କୋଟି ଟଙ୍କା ଥିବା ଜଣାପଡିଛି। କିନ୍ତୁ ଗତବର୍ଷ ପ୍ରଦୀପ ବାର୍ଷିକ ୧୦ ଲକ୍ଷ ଟଙ୍କାର ଆୟ ଦେଖାଇଥିଲେ। ତାଙ୍କର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ୧୦ ଲକ୍ଷ ଟଙ୍କାର ଆୟ ରହିଛି। ଏହି ବର୍ଷ ପ୍ରଦୀପଙ୍କ ଆକାଉଣ୍ଟରେ ଅଢେଇ କୋଟି ଟଙ୍କା ଜମା ହୋଇଛି।

ସୂଚନା ମିଳିଛି ଯେ, ରବୀନ୍ଦ୍ର ସାହୁ ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି। ୪ ମାସରେ ରବୀନ୍ଦ ସାହୁ ପ୍ରାୟ ୭୫ ଲକ୍ଷ ଟଙ୍କା ଜମା କରିଛନ୍ତି। ସେହିପରି ସୂର୍ଯ୍ୟ ଫିଲିଙ୍ଗ ଷ୍ଟେସନ ତାଙ୍କ ଆକାଉଣ୍ଟରେ ୪୦ ଲକ୍ଷ ଟଙ୍କା କରିଛି। ଏସ କେ ମହାରଣା ନାମ ଜଣେ ବ୍ୟକ୍ତି ପ୍ରଦୀପଙ୍କ ଆକାଉଣ୍ଟରେ ୨୫ ଲକ୍ଷ ଟଙ୍କା ଜମା କରିଛନ୍ତି। ଗୁରୁମୂର୍ତ୍ତି ଅଏଲ କମ୍ପାନୀ ପ୍ରାୟ ୪୦ ଲକ୍ଷ ଟଙ୍କା ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଛନ୍ତି।

Comments are closed.