Odisha Link
Bridging the Missing Links in Odisha

ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକିବ ଆମେରିକା

ୱାଶିଂଟନ୍‌: ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକିବ ଆମେରିକା। ସି-୧୩୦ଜେ ସୁପର ହର୍କ୍ୟୁଲସ୍‌ ସାମରିକ ପରିବହନ ବିମାନ ସମେତ ୯୦ ମିଲିିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ ସାମରିକ ଓ ରାଜନୈତିକ ସମ୍ପର୍କକୁ ମଜବୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଭାରତ ପକ୍ଷରୁ କ୍ରୟ ହେବାକୁ ଥିବା ସାମରିକ ଉପକରଣ ମଧ୍ୟରେ ବିମାନ ବ୍ୟବହାରକାରୀ ସାମଗ୍ରୀ, କାର୍ଟ୍ରିଜ୍‌ ଆକ୍ଟୁଏଟେଡ୍‌ ଡିଭାଇସ୍‌, ପ୍ରୋପେଲାଣ୍ଟ ଆକ୍ଟୁଏଟେଡ୍‌ ଡିଭାଇସ୍‌, ଅଗ୍ନି ନିର୍ବାପକ କାର୍ଟ୍ରିଜ୍‌, ଜ୍ୱଳନ୍ତ କାର୍ଟ୍ରିଜ୍‌, ଉନ୍ନତ ରାଡାର ଚେତାବନୀ, ହାଲୁକା ନାଇଟ୍‌ ଭିଜନ୍‌ ବାଇନୋକୁଲାର୍‌, ନାଇଟ୍‌ ଭିଜନ୍‌ ଗଗଲ୍‌ ଜିପିଏସ ପ୍ରଭୃତି ଅନ୍ତର୍ଭୁକ୍ତ ରହିଛି। ଏସବୁର ଆନୁମାନିକ ମୂଲ୍ୟ ୯୦ ମିଲିୟନ ଆମେରିକୀୟ ଡଲାର ରହିଛି।

ପେଣ୍ଟାଗନ୍‌ କହିଛି ଯେ, ଏହି ପ୍ରସ୍ତାବିତ ବିକ୍ରୟ ନିଶ୍ଚିତ ହୋଇଛି। ପୂର୍ବରୁ କ୍ରୟ ହୋଇଥିବା ବିମାନ ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଆବଶ୍ୟକତା, ସେନା ଏବଂ ନୈସେନାର ପରିବହନ ଆବଶ୍ୟକତା, ସ୍ଥାନୀୟ ତଥା ଆନ୍ତର୍ଜାତୀୟ ମାନବିକ ସହାୟତା ଏବଂ ଆଞ୍ଚଳିକ ବିପର୍ଯ୍ୟୟ ପ୍ରଶମନ ପାଇଁ କାର୍ଯ୍ୟକ୍ଷମ ଅଟେ।

Comments are closed.