Odisha Link
Bridging the Missing Links in Odisha

ବୋଲେରୋ ସହ ଧକ୍କା ପରେ ଜଳିଗଲା ବାଇକ୍, ୨ ମୃତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ତୁଷରା ଥାନା ଅଞ୍ଚଳରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବୋଲେରୋ ଧକ୍କା ପରେ ବାଇକ୍‌ଟି ଜଳିଯାଇଛି। ଫଳରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମାଆ ଏବଂ ଅନ୍ୟ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି। ମଧ୍ୟାହ୍ନରେ ଏକ ବୋଲେରୋ ସହ ବାଇକ୍ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ କେହି କିଛି ବୁଝିବା ଆଗରୁ ଜଳି ଯାଇଥିଲା ବାଇକଟି। ବାଇକରେ ୪ ଜଣ ଯାତ୍ରା କରୁଥିବା ବେଳେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ଷକର ଛୁଆ ଓ ମାଆ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଆହତ ମାଆ, ଛୁଆଙ୍କୁ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଇକରେ ୪ ଜଣ ବଲାଙ୍ଗିରରୁ ରୁଷୁଡ଼ା ଯାଉଥିବା ବେଳେ ଜମ୍ବେଲ ଛକରେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.