Odisha Link
Bridging the Missing Links in Odisha

ୱେସକୋ ଓ ସାଉଥକୋକୁ କିଣିଲା ଟାଟାପାୱାର

ଭୁବନେଶ୍ୱର: ଟାଟାପାୱାର ରାଜ୍ୟର ଆଉ ଦୁଇଟି ବିଦ୍ୟୁତ ୟୁଟିଲିଟି ସଂସ୍ଥାକୁ କିଣିଛି। ପଚିଶ ବର୍ଷ ପର୍ଯ୍ୟନ୍ତ ସେସୁର ପରିଚାଳନା ଲାଗି ଓଡ଼ିଶା ସରକାରଙ୍କ ସହ ମିଶି ଯୌଥ ଉଦ୍ୟୋଗ ସ୍ଥାପନ କରିଥିବା ଟାଟାପାୱାର ବିଦ୍ୟୁତ ୟୁଟିଲିଟି ସଂସ୍ଥା ୱେସକୋ ଓ ସାଉଥକୋକୁ ଅଧିଗ୍ରହଣ କରିଛି।

ଏହି ଦୁଇ ସଂସ୍ଥାର ଘରୋଇ କରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ଓଇଆରସି) ପକ୍ଷରୁ ଆବେଦନ ଆହ୍ୱାନ କରାଯାଇଥିଲା। ଟାଟା ପାୱାର ଓ ଇଣ୍ଡିଆ ପାୱାର ବିଡ ଦାଖଲ କରିଥିଲେ। ମାତ୍ର ଇଣ୍ଡିଆ ପାୱାରର ବୈଷୟିକ ବିଡ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରିନଥିଲା।

ଆର୍ଥିକ ବିଡରେ ଏକମାତ୍ର କମ୍ପାନୀ ଭାବେ ଟାଟା ପାୱାରର ବିଡ ହିଁ ରହିଥିଲା। ସାଉଥକୋ ଓ ୱେସକୋ ଅଧିଗ୍ରହଣ ବିଷୟରେ ଟାଟା ପାୱାର ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ଓଇଆରସି ମଧ୍ୟ କୌଣସି ସୂଚନା ଜାରି କରିନାହିଁ।

Comments are closed.