Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ୨ ମହିଳା ମୃତ

ଢେଙ୍କାନାଳ : ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ କଲଭର୍ଟରେ ଧକ୍କା ଦେଲା କାର। ଏହି ଦୁର୍ଘଟଣାରେ ଦୁଇଜଣ ମହିଳା ମୃତ ହୋଇ ଥିବାବେଳେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି।ଏହି ଦୁର୍ଘଟଣାଟି ଢେଙ୍କାନାଳ କାମାକ୍ଷାନଗର ରାସ୍ତାର ତୁମୁସିଙ୍ଗା ଥାନା ଅନ୍ତର୍ଗତ ଖଟୁଆହତା ଘଟିଛି।

ଏହି ଦୁର୍ଘଟଣାରେ ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ କାମାକ୍ଷାନଗର ଥାନା ମଠକରଗୋଳା ବାଲିସାହି ଗ୍ରାମର ଲକ୍ଷ୍ମୀ ନାୟକ ଓ ନିରେଇ ଦାସ। ଗୁରତର ମହିଳା ଜଣଙ୍କ ପୁଷ୍ପାଞ୍ଜଳି ବେହେରା। ଘଟଣାସ୍ଥଳରେ ଲକ୍ଷ୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନିରେଇଙ୍କର ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ଉକ୍ତ ମହିଳା ମାନେ ଏକ ଇଣ୍ଡିଗୋ କାର ଯୋଗେ ଢେଙ୍କାନାଳରୁ କାମ ସାରି ଘରକୁ ଫେରୁଥିଲେ। ସେହି ସମୟରେ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟରାସ୍ତା ଖଟୁଆହାତା ଛକ ନିକଟରେ କାରଟି ଭାରସାମ୍ୟ ହରାଇ କଲଭଟରେ ପିଟିହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଢେ଼ଙ୍କାନାଳ ମେଡିକାଲ ପଠାଇଥିବା ଜଣାପଡିଛି ।

Comments are closed.