Odisha Link
Bridging the Missing Links in Odisha

ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁ ମୁହିଁ, ଯବାନ ଓ ନାଗରିକ ଗୁରୁତର

ଶ୍ରୀନଗର: ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୁଲିସ ଯବାନ ଓ ଆଉ ଜଣେ ନାଗରିକ ଆହାତ ହୋଇଛନ୍ତି। ଆତଙ୍କବାଦୀ ମାନେ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଲିସ ଓ ସିଆରପିଏଫର ମିଳିତ ଟିମ୍ ଉପରେ ଆକ୍ରମଣ କରିଥିଲେ। ଆହତଙ୍କୁ ଉପଚାର ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦୀଙ୍କୁ ଧରିବା ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାଉ କରିଦିଆଯାଇଛି। ଆତଙ୍କବାଦୀଙ୍କୁ ଧରିବା ପାଇଁ ଏପର୍ଯ୍ୟନ୍ତ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଦିଆ ଯାଇଛି।

ସୂଚନା ଅନୁସାରେ, ଶ୍ରୀନଗରର ଶାଜଗାରିୟାପୋରା ପାଖରେ ରବିବାର ମଧ୍ୟାହ୍ନରେ ପୋଲିସ ଓ ସିଫରପିଏଫ୍ ମିଳିତ ଟିମ୍ ଗସ୍ତ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ପୁରୁଣା ଶ୍ରୀନଗର ସହରର ଶାଜଗାରିୟାପୋରାରେ ଥିବା ଏକ ଚେକ୍ ପୋଷ୍ଟ ନିକଟରେ ଟିମ୍ ଉପରେ ଗୁଳିକାଣ୍ଡ ଆରମ୍ଭ କରିଦେଇଥିଲେ। ଆତଙ୍କବାଦୀଙ୍କ ପକ୍ଷରୁ ଚାଲିଥିବା ଗୁଳିକାଣ୍ଡରେ ପୋଲିସର ଯବାନ ଫାରୁଖ ଅହମ୍ମଦ ଓ ଜରେ ସାଧାରଣ ନାଗରିକ ଆହତ ହୋଇଛନ୍ତି।

Comments are closed.