Odisha Link
Bridging the Missing Links in Odisha

ବରିଷ୍ଠ ଅଭିନେତା ଦିଲୀପ କୁମାର ଅସୁସ୍ଥ

ମୁମ୍ବାଇ: ବଲିଉଡ ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧାର ହୋଇନଥିବା ତାଙ୍କ ପତ୍ନୀ ସୂଚନା ଦେଇଛନ୍ତି। ସାୟରା ବାନୋ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ଗତ କିଛି ବର୍ଷ ହେଲା ଦିଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ।

ସେ ବେଶ ଦୁର୍ବଳ ହୋଇପଡିଛନ୍ତି। ତାଙ୍କର ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ହୋଇପଡିଛି। ସେ ଭଲ ଭାବେ ଚଲାବୁଲା ମଧ୍ୟ କରିପାରୁ ନାହାନ୍ତି। ତେଣୁ ଦିଲୀପଙ୍କ ସୁସ୍ଥତା କାମନା କରି ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ସେ ତାଙ୍କ ଫ୍ୟାନମାନଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ବହୁଥର ବିଗିଡିଛି। କିନ୍ତୁ ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିକଟରେ ଦିଲୀପ କୁମାରଙ୍କ ଦୁଇ ଭାଇ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

ଉଭୟଙ୍କ ବିବାହକୁ ୫୪ ବର୍ଷ ପୂରିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅତୁଟ ପ୍ରେମ ଦେଖିବାକୁ ମିଳିଛି। ଦିଲୀପ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଗତ କିଛି ବର୍ଷ ହେଲା ଭଲ ନାହିଁ। ତେଣୁ ସାୟରା ବାନୋ ସ୍ୱାମୀଙ୍କ ଦେଖାଶୁଣା କରୁଛନ୍ତି। ସାୟରା କହିଛନ୍ତି, ଆଜି ବି ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେଥିପାଇଁ ତାଙ୍କ ଦେଖାଶୁଣା କରିବାକୁ ତାଙ୍କୁ ଭଲ ଲାଗେ।

Comments are closed.