Odisha Link
Bridging the Missing Links in Odisha

ଚର୍ଚ୍ଚାରେ ମିଲିନ୍ଦଙ୍କ ନୂଆ ଲୁକ୍

ମୁମ୍ବାଇ: ବଲିଉଡ ଅଭିନେତା ମିଲିନ୍ଦ ସୋମନଙ୍କ କିନ୍ନର ଲୁକକୁ ନେଇ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଏହି ଲୁକ୍ ସମସ୍ତଙ୍କୁ ଚକିତ କରିଦେଇଛି। ସୋଶାଲ ମିଡିଆରେ ମଧ୍ୟ ତାଙ୍କ ଲୁକ ଜରୋସୋରରେ ଭାଇରାଲ ହେବାରେ ଲାଗିଛି।

ନିକଟରେ ୱେବ ସିରିଜ ‘ପୌରଶପୁର’ର ଟିଜର ରିଲିଜ ହୋଇଯାଇଛି। ରିଲିଜର କେଇ ଘଂଟା ମଧ୍ୟରେ ଏହା ୟୁଟ୍ୟୁବରେ ଜବରଦସ୍ତ ହିଟ୍ ମଧ୍ୟ ହୋଇଛି। ଏହି ଟିଜରରେ ମିଲିନ୍ଦ ସୋମନଙ୍କୁ କିନ୍ନର ଲୁକରେ ଦେଖିବାକୁ ମିଳିଛି। ଯାହା ସମସ୍ତଙ୍କୁ ଚକିତ କରିଛି।

 

ଫ୍ୟାନ୍ସମାନଙ୍କୁ ତାଙ୍କର ଏହି କିନ୍ନର ଲୁକ ବେଶ ପସନ୍ଦ ଆସୁଛି। ୱେବ ସିରିଜ ‘ପୌରଶପୁର’ରେ ମିଲନ୍ଦଙ୍କୁ ବୋରିସ ଭୂମିକାରେ ଦଖିବାକୁ ମିଳିବ।ପୌରଶପୁର’ର ସିରିଜର ମୁଖ୍ୟ ଭୂମିକାରେ ଅନୁ କପୁର, ଶିଳ୍ପା ସିନ୍ଦେ, ମିଲିନ୍ଦ ସୋମନ ଏବଂ ଶାହିର ଶେଖ ନଜର ଆସିବେ।

ଏଥିରେ ଅନୁ କପୁରଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ସେ ରାଜା ଭଦ୍ରପ୍ରତାପ ଭୂମିକାରେ ନଜର ଆସିବେ। ସେହିପରି ଚର୍ଚ୍ଚତ ଧାରାବାହିକ ‘ଭାବି ଜୀ ଘର ପର ହୈ’ ଫେମ୍ ଶିଳ୍ପା ସିନ୍ଦେଙ୍କୁ ରାଣୀ ମୀରାବତୀ ଭୂମିକାରେ ଦଖିବାକୁ ମିଳିବ। ଆସନ୍ତାକାଲି ୱେବ ସିରିଜର ପୁରା ଟ୍ରେଲର ରିଲିଜ ହେବ।

Comments are closed.