Odisha Link
Bridging the Missing Links in Odisha

ନାଗାର୍ଜୁନ ବେଶ ସାମଗ୍ରୀ ସଂପୂର୍ଣ୍ଣ ସୁରକ୍ଷିତ

ଭୁବନେଶ୍ବର: ନାଗାର୍ଜୁନ ବେଶ ସୂର୍ଯ୍ୟ, ଚନ୍ଦ ନେଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ। ଚର୍ଚ୍ଚିତ ସୂର୍ଯ୍ୟ, ଚନ୍ଦ୍ର ଶ୍ରୀଜିଉଙ୍କ ବେଶର ଅଂଶବିଶେଷ ନୁହେଁ ବୋଲି କହିଲା ପ୍ରଶାସନ। ସୂର୍ଯ୍ୟ, ଚନ୍ଦ୍ର ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରେସରିଲିଜ୍‌ ଜାରି କରିଛି।

ଏହି ପ୍ରେସରିଲିଜ୍‌ରେ କହୁଯାଇଛି ଯେ, ଯାହା କମାଣ୍ଡର ତାଲିକା ଦେଇଥିଲେ। ସେ ଅନୁସାରେ ନେଇଥିଲେ। ତାଲିକା ବାହାରେ ୨ ସେଟ୍‌ ସୋଲ ସୂର୍ଯ୍ୟ, ଚନ୍ଦ୍ର କହିଥିଲେ କାରିଗର। ଶ୍ରୀଜିଉଙ୍କୁ ସୁନା ସୂର୍ଯ୍ୟ, ଚନ୍ଦ୍ର ଲାଗି ହେଉଥିବାରୁ ସୋଲ ଅଗ୍ରାହ୍ୟ ହୋଇଥିଲା। ସୋଲ ତିଆରି ୨ ସେଟକୁ ୨ ସେବୟତ ଅନୁରୋଧ କରି ଦେଇଥିଲେ।

ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶ ସାମଗ୍ରୀ ସଂପୂର୍ଣ୍ଣ ସୁରକ୍ଷିତ ଅଛି। ଓଲାଗି ପରେ ବେଶ ସାମଗ୍ରୀ ନୀଳାଦ୍ରିବିହାର ସଂଗ୍ରହାଳୟରେ ସୁରକ୍ଷିତ ରହିଛି।

ପ୍ରକାଶ ଯେ, ଫେରିଲା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ। ଗତ ୨୭ ତାରିଖ ଦିନ ନାଗାର୍ଜୁନ ବେଶ ଓଲାଗି ପରେ ୨୮ତାରିଖରେ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ଅଣାଯାଇଥିଲା। କାହିଁକି ଆଉ କିଏ ଆଣିଥିଲା ସେନେଇ ତଦନ୍ତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ। ତେବେ ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିର ବାହାରକୁ ପଠାଯାଇଥିବା ସୂଚନା ମିଳିଛି।

ଏନେଇ କୌଣସି ନିୟମ ବହିର୍ଭୂତ କାର୍ଯ୍ୟ କରାଯାଇନଥିବା ବେଳେ ଏକ ନିର୍ଦ୍ଦିଷ୍ଠ ଗଣମାଧ୍ୟମ ଏ ଘଟଣାକୁ ଅତିରଞ୍ଜିତ କରି ଉପସ୍ଥାପନ କରିଥିଲା। ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର। ଏବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଚନ୍ଦ୍ରସୂର୍ଯ୍ୟ ଶ୍ରୀମନ୍ଦିରକୁ ଫେରିଛି।

ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଓଲାଗି ପରେ ଏହାକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ମାତ୍ର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ-ଚନ୍ଦ୍ରକୁ ସଂଗ୍ରହାଳୟକୁ ନିଆ ନଯାଇ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନିଆଯାଇଥିଲା। ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ନାଗାର୍ଜୁନ ବେଶରେ ବ୍ୟବହୃତ ସୂର୍ଯ୍ୟ-ଚନ୍ଦ୍ର ନେଉଥିବାର ଦେଖିବାକୁ ମିଳିଥିଲା।

ପୂର୍ବରୁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶକୁ ଓଲାଗି ପରେ ଏହାକୁ ସଂରକ୍ଷିତ କରି ରଖାଯିବା ନେଇ ଛତିଶା ନିଯୋଗ ଓ ପରେ ପରିଚାଳନ କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବା ପାଇଁ ଥିବା ସଂଗ୍ରହାଳୟରେ ଏହାକୁ ସଂରକ୍ଷିତ କରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

Comments are closed.