Odisha Link
Bridging the Missing Links in Odisha

କାଲି ରାଜ୍ୟର ସବୁ ସରକାରୀ ଅଫିସ ବନ୍ଦ ରହିବ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସମୟରେ ସମସ୍ତ ଅତ୍ୟାବଶ୍ୟକ ଜରୁରୀ ସରକାରୀ ସେବା ଜାରି ରହିବ ।

ସୂଚନାଅନୁସାରେ, ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ୧୧ ଦିନରେ ପହଞ୍ଚିଛି। ‌ଏ ମଧ୍ୟରେ କେନ୍ଦ୍ର ସରକାରଙ୍କ ସହ ଅନେକ ଆଲୋଚନା ସତ୍ତ୍ବେ ସମାଧାନର କୌଣସି ବାଟ ବାହାରିପାରି ନଥିବାରୁ ଆନ୍ଦୋଳନରତ ୪୦ଟି କୃଷକ ସଂଗଠନ ପକ୍ଷରୁ ଆସନ୍ତାକାଲି  ଭାରତ ବନ୍ଦ ଡାକରା ଦିଆଯାଇଛି।

Comments are closed.