Odisha Link
Bridging the Missing Links in Odisha

ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍

ସୋନପୁର: ସୋନପୁର ଜିଲ୍ଲାର ସିଙ୍ଘିଜୁବାରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଟ୍ରକରେ ହଠାତ ନିଆଁ ଲାଗିଯାଇଥିବା ଜଣା ପଡ଼ିଛି। ଚଳନ୍ତା ଟ୍ରକରେ ନିଆଁ ଲାଗିବା ଦେଖି ଗାଡ଼ିର ଚାଳକ ଏବଂ ହେଲପର ଗାଡ଼ିରୁ ଡେଇଁ ନିଜର ଜୀବନ ବଞ୍ଚାଇଛନ୍ତି।

ସୂଚନା ଅନୁଯାୟୀ, ସିମେଣ୍ଟ ବୋଝେଇ ଟ୍ରକ ରାଜଗାଙ୍ଗପୁରରୁ ବାଲାଙ୍ଗୀର ଅଭିମୁଖେ ଯାଉଥିଲାବେଳେ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଗାଡିରେ ନିଆଁ ଲାଗିଯାଇଥିଲା।

ଏହା ପରେ ଡ୍ରାଇଭର-ହେଲପର ଦୁହେଁ ଟ୍ରକରୁ ଡେଇଁ ନିଜର ଜୀବନ ବଞ୍ଚାଇଥିଲେ। ଏହି ଘଟଣା ପରେ ନିଆଁରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ସୂଚନା ପାଇବା ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡ଼ିଛି।

Comments are closed.