Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ବାପ ପୁଅ ମୃତ

କାମାକ୍ଷାନଗର: ସଡ଼କ ଦୁର୍ଘଟଣାରେ ବାପ ପୁଅ ମୃତ୍ୟୁ ବରଣ କରିଛନ୍ତି। ଏହି ଅଭାବନୀୟ ଘଟଣାଟି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବିଜାଡିହ ନିକଟରେ ଘଟିଛି। ମୃତକ ଦୁହେଁ ହେଲେ ପରଜଙ୍ଗର ରମଣି ମଲ୍ଲିକ(୫୬) ଓ ତାଙ୍କ ପୁଅ ସୁବ୍ରତ ମଲ୍ଲିକ(୨୮)।

ସୂଚନା ଅନୁସାରେ,କୌଣସି କାମରେ ଦୁହେଁ ନିଜ ଗ୍ରାମ ପରଜଙ୍ଗରୁ ଏକ ମୋଟର ସାଇକେଲ ଯୋଗେ ଭୁବନେଶ୍ବର ଯାଉଥିଲେ। ବିଜାଡିହ ନିକଟରେ ବାଇକଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହେବାରୁ ଦୁହେଁ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସ ଯୋଗେଁ ଦୁହିଁଙ୍କୁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.