Odisha Link
Bridging the Missing Links in Odisha

ଜାନୁଆରୀରୁ ଖୋଲିବ ସ୍କୁଲ: ସମୀର ଦାଶ

ଭୁବନେଶ୍ୱର: କରୋନା ମହାମାରି କାରଣ ଅନେକ ମାସ ଥରି ସ୍କୁଲ ବନ୍ଦ କରାଯାଇଥିଲା। କିନ୍ତୁ ଖୁବ ଶୀଘ୍ର ସ୍କୁଲ ଖୋଲା ଯାବାର ସୂଚନା ମିଳିଛି। ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି, ଆସନ୍ତା ଜାନୁଆରୀ ମାସରେ ରାଜ୍ୟରେ ସ୍କୁଲ୍‌ ଖୋଲିବା ସମ୍ଭାବନା ରହିଛି ।

ମନ୍ତ୍ରୀ ସମୀର ଦାଶ କହିଛନ୍ତି, ଡିସେମ୍ବରରେ ସ୍କୁଲ ଖୋଲା ହେବ ବୋଲି ଏସଆରସି କହିଥିଲେ। ହେଲେ ବର୍ତ୍ତମାନର ପରିସ୍ଥିତି ଯାହା ଡିସେମ୍ବରରେ ଖୋଲାଯିବା ସମ୍ଭବ ନୁହେଁ। ଆମେ ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରୁଛୁ। ମୁଖ୍ୟତଃ ସ୍କୁଲ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବୁ।

ଯଦି ଜାନୁୟାରୀରେ ଖୋଲେ ତେବେ 100 ଦିନ ପାଠ ପଢ଼ାଇ ପରୀକ୍ଷା କରିବୁ। ଶନିବାର ଓ ରବିବାର ଛୁଟି ଦିନରେ ବି କ୍ଲାସ କରିବୁ। କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଷ୍ଟଡି ମ୍ୟାଟେରିଆଲ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସୁବିଧା ଦିଆଯିବ। ପିଲାମାନେ କିପରି ସହଜରେ ପରୀକ୍ଷା ଦେଇ ପାରିବେ, ସେନେଇ ଯୋଜନା ପ୍ରସ୍ତୁତ କରାଯିବ।

Comments are closed.