Odisha Link
Bridging the Missing Links in Odisha

ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌ ଉପରେ ଆକ୍ରମଣ ହୋଇଛି। ପଶ୍ଚିମବଙ୍ଗରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଏହା ନିଜେ ସମ୍ବିତ ପାତ୍ର ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ସମ୍ବିତ ପାତ୍ରଙ୍କ କାର୍‌ର ଝରକା କାଚ ଭାଙ୍ଗି ଯାଇଥିବା ବେଳେ ଦଳର ଜଣେ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି।

ସମ୍ବିତ ଟ୍ୱିଟ୍ କରି ଲେଖିଛନ୍ତି, ବେଙ୍ଗଲରେ ଆମ କାର୍‌କୁ ଆକ୍ରମଣ ହୋଇଥିଲା। ଝରକା କାଚ ଭାଙ୍ଗି ଯାଇଛି। ଏଥିରେ ଶିବପ୍ରକାଶ, ସଞ୍ଜୟ ମୟୁଖ ଓ ମୁଁ ଯାଉଥିଲୁ। ଆମ କାର୍‌ରେ ଥିବା ଜଣେ କାର୍ଯ୍ୟକର୍ତ୍ତା ରକ୍ତାକ୍ତ ହୋଇଛନ୍ତି। ଭଗବାନ ଆମ ଜୀବନ ବଞ୍ଚାଇ ଦେଲେ।

Comments are closed.