ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୮ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ସହ, ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। ଆଜି ରାଜ୍ୟରେ ଆଉ ୪୦୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହ ରାଜ୍ୟରେ ମୋଟ ୩୧୮୨୭୮ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି।
ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଧାରୁ ସର୍ବାଧିକ ୩୬ ଜଣ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୪, କଟକରୁ ୩୩, ଅନୁଗୋଳରୁ ୩୨, ପୁରୀରୁ ୩୧, ବରଗଡରୁ ୩୦, କଳାହାଣ୍ଡିରୁ ୨୮, ବଲାଙ୍ଗୀରରୁ ୨୫, କେନ୍ଦ୍ରାପଡାରୁ ୧୮, ବାଲେଶ୍ୱରରୁ ୧୭ ଓ ସୁନ୍ଦରଗଡରୁ ୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।
ସେହିପରି ଜଗତସିଂହପୁର, ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ଲେଖାଏଁ, ଯାଜପୁରରୁ ୯, ଗଞ୍ଜାମରୁ ୭, ଢେଙ୍କାନାଳରୁ ୫, ଝାରସୁଗୁଡାରୁ ୫, କୋରାପୁଟରୁ ୫, ରାୟଗଡାରୁ ୪, ନବରଙ୍ଗପୁରରୁ ୩, ସୋନପୁରରୁ ୩, ଭଦ୍ରକରୁ ୨, ଦେବଗଡରୁ ୨ ଓ ମାଲକାନଗିରିରୁ ଜଣେ ଆକ୍ରାନ୍ତ ଆରୋଗ୍ୟଲାଭ କରିଛନ୍ତି ।