Odisha Link
Bridging the Missing Links in Odisha

ରାଜଧାନୀରୁ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ ରୁ‌ ୭ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ ‌ ୩୪ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ଭିଏସ୍‌ଏସ୍‌ନଗରରୁ ୩ଜଣ ରହିଥିବାବେଳେ ବିଜେବି ନଗର, କଳିଙ୍ଗନଗର, ପୁରୁଣା ଭୁବନେଶ୍ବର ଓ ପାତ୍ରପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଲୋକାଲ୍‌ କଣ୍ଟାକ୍ଟ୍ କେସ୍‌ ମଧ୍ୟରୁ ଝାରପଡ଼ା ୩, ନୀଳାଦ୍ରିବିହାର ୩, ବରମୁଣ୍ଡା ୩, ନୟାପଲ୍ଲୀ ୩, ଘାଟିକଆ ୨, ଆଇଆର୍‌ସି ଭିଲେଜ ୨, ଟଙ୍କପାଣିରୋଡ୍‌ ୨ ସମେତ ବରମୁଣ୍ଡା, ଭୀମଟାଙ୍ଗି, ଚନ୍ଦ୍ରଶେଖରପୁର, ସିଆର୍‌ପିଏଫ୍‌ ଛକ, କଳ୍ପନା, କଳିଙ୍ଗବିହାର, ଖଣ୍ଡଗିରି, ଲକ୍ଷ୍ମୀସାଗର, ନନ୍ଦନବିହାର, ଫରେଷ୍ଟ ପାର୍କ, ପଟିଆ, ପୁରୁଣା ଭୁବନେଶ୍ବର, ରାଧାକୃଷ୍ଣ ନଗର, ରସୁଲଗଡ଼, ରବି ଟକିଜ୍, ସାଲିଆ ସାହି, ୟୁନିଟ୍-୬ ଏବଂ ଶୈଳଶ୍ରୀ ବିହାର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ସୁଦ୍ଧା ଭୁବନେଶ୍ବରରେ ମୋଟ ୩୧୧୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୦୫୪୯ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪୬ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ୨୨୯ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.