Odisha Link
Bridging the Missing Links in Odisha

ରାଗରେ ମାଲିକଙ୍କୁ ଦେଲେ ଚୁମା

ଇସଲାମବାଦ: ରାଗ ଶାନ୍ତ କରିବାକୁ ଯାଇ ମାଲିକଙ୍କୁ ଦେଲେ ଚୁମ୍ବନ। ଜଣେ ଅଫିସର୍‌‌କୁ ଜବରଦସ୍ତି ଚୁମ୍ବନ ଦେଲେ ସେହି ଅଫିସ୍‌ରେ କାମ କରୁଥିବା ଜଣେ କର୍ମଚାରୀ। ଏଭଳି ହାସ୍ୟାସ୍ପଦ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି ପାକିସ୍ତାନର ଇସଲାମବାଦ ସହରରେ।

ପ୍ରତିଶୋଧ ପରାୟଣ ହୋଇ ଇସଲାମବାଦ ସହରରେ ଥିବା ମେଟ୍ରୋପୋଲିଟିଆନ୍ କର୍ପୋରେସନ ଅଫିସ୍‌ରେ କାମ କରୁଥିବା ଜଣେ କର୍ମଚାରୀ ଆଉ ଜଣେ ଅଧକାରୀଙ୍କୁ ଚୁମ୍ବନ ଦେଇଥିଲେ। ପରେ ଜଣାପଡ଼ିଥିଲା ଯେ ଚୁମ୍ବନ ଦେଇଥିବା ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ଅଭିଯୁକ୍ତ ଜଣକ କରୋନାରେ ଆକ୍ରାନ୍ତ ହୋଇ ମଧ୍ୟ ବି କେବଳ ଯେ ସମ୍ପୃକ୍ତ ଅଧିକାରୀଙ୍କ ସହିତ ମିଶିନାହାନ୍ତି ବରଂ ଏହା ପୂର୍ବରୁ ଅନେକ ଲୋକଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି। ତେବେ କରୋନା ପଜିଟିଭ ଜଣାପଡ଼ିବା ପରେ ଉକ୍ତ ଅଫିସ୍‌ର ସମସ୍ତ କର୍ମଚାରୀ ଭୟଭୀତ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ମେଟ୍ରୋପୋଲିଟିଆନ୍ କର୍ପୋରେସନ(KMC)ର ଜଣେ ବ୍ୟକ୍ତିଙ୍କୁ ଉପ ନିର୍ଦ୍ଦେଶକ ଭାବେ ନିୟୁକ୍ତି ଦିଆଯାଇଥିଲା। କିନ୍ତୁ ସେ ଅନେକ ମାସ ଧରି ବେତନ ପାଇପାରୁନଥିଲେ। ଏନେଇ ସେ ଅଭିଯୋଗ ପରେ ଅଭିଯୋଗ କଲେ ବି ଏଚ୍‌ଆଆର୍ ନିର୍ଦ୍ଦେଶକ ଆଦୌ ଶୁଣିନଥିଲେ। ଇତି ମଧ୍ୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା ପଜିଟିଭ ଜାଣିବା ପରେ ସେ ସିଧାସଳଖ ଅଫିସକୁ ଚାଲିଆସିଥିଲେ। ଅନେକ କର୍ମଚାରୀଙ୍କ ସହିତ ମିଳାମିଶା କରିବା ପରେ ସେ ଏଚ୍‌ଆଆର୍ ନିର୍ଦ୍ଦେଶକଙ୍କ ନିକଟକୁ ଯାଇଥିଲେ। ଆଉ ସର୍ବସମ୍ମୁଖରେ ଜବରଦସ୍ତି ଚୁମ୍ବନ ଦେଇଥିଲେ।

ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଏଚ୍‌ଆଆର୍ ନିର୍ଦ୍ଦେଶକ। ସେ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀ ଜଣକ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା ଓ ତାହା ପ୍ରମାଣିତ ହେବାରୁ ତାଙ୍କୁ ଗତ ଅକ୍ଟୋବର ୫ରେ ନିଲମ୍ବିତ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ, କରୋନାକୁ ନେଇ ମୁଁ ଆଦୌ ଚିନ୍ତିତ ନାହିଁ। କାରଣ ୪ ମାସ ପୂର୍ବରୁ ମୁଁ ନିଜେ କରୋନାରେ ସଂକ୍ରମିତ ହୋଇଥିଲି। କିନ୍ତୁ ଅଭିଯୁକ୍ତ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

Comments are closed.