Odisha Link
Bridging the Missing Links in Odisha

ରିଜର୍ଭ ବ୍ୟାଙ୍କର ଗୁରୁତ୍ବପୂର୍ଣ୍ଣ ପଦବୀରେ ଓଡ଼ିଆ, କେଉଁ ପଦରେ କିଏ ଅଛନ୍ତି ଜାଣନ୍ତୁ

ଭୁବନେଶ୍ବର: ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଇଡି ଭାବେ ଓଡ଼ିଆ ଅର୍ଥନୀତିଜ୍ଞ ରାଧା ଶ୍ୟାମ ରଥ ନିଯୁକ୍ତି ପାଇଛନ୍ତି। ଏହା ପୂର୍ବରୁ ସେ ମୁଖ୍ୟ ମହାପ୍ରବନ୍ଧକ ପଦରେ କାର୍ଯ୍ୟ କରୁଥିଲେ। ଯାହାଫଳରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ପଦପଦବୀରେ ଦକ୍ଷ ଓଡ଼ିଆଙ୍କ ତାଲିକା ଲମ୍ବା ହେବାରେ ଲାଗିଛି।

ମହାମାରୀ କରୋନ ସମୟରେ ଆରବିଆଇ ଗଭର୍ଣ୍ଣର ପଦରେ ଥିବା ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକୁ ସମଗ୍ର ବିଶ୍ବରେ ପ୍ରଶଂସା କରାଯାଉଛି। ରିଜର୍ଭ ବ୍ୟାଙ୍କର ସବୁଠୁ ବଡ଼ ପଦରେ ଅବସ୍ଥ‌ାପିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ‌ତେବେ ତାଙ୍କ ବ୍ୟତୀତ ଏବେ ରିଜର୍ଭ ବ୍ୟାଙ୍କର ଅନ୍ୟ କେତେକ ବରିଷ୍ଠ ପଦପଦବୀରେ ମଧ୍ୟ ଦକ୍ଷ ଓଡ଼ିଆମାନେ କାମ କରୁଛନ୍ତି। ଶକ୍ତିକାନ୍ତଙ୍କ ଡେପୁଟି ଗଭର୍ଣ୍ଣର ଭାବେ ଦୁଇ ଜଣ ଓଡ଼ିଆ କାର୍ଯ୍ୟ କରୁଛନ୍ତି। ସେମ‌ାନେ ହେଉଛନ୍ତି ବିଭୂ ପ୍ରସାଦ କାନୁନ୍‌ଗୋ ଓ ମାଇକେଲ୍ ଦେବବ୍ରତ ପାତ୍ର।

ରିଜର୍ଭ ବ୍ୟାଙ୍କ ଇଡି ପଦରେ ଅନ୍ୟ ଦୁଇ ଜଣ ଓଡ଼ିଆ ମଧ୍ୟ କାର୍ଯ୍ୟ କରୁଛନ୍ତି। ସେମାନେ ହେଉଛନ୍ତି ଶିରିଶ ମୁର୍ମୁ ଓ ଟି ରବିଶଙ୍କର। ଯଦିଓ ଟି ରବିଶଙ୍କର ଅନ୍ୟ ରାଜ୍ୟର ବ୍ୟକ୍ତି କିନ୍ତୁ ତାଙ୍କର ପାଠପଢ଼ା ଓ ଚାକିରି ପୂର୍ବବର୍ତୀ ଜୀବନର ଅଧିକାଂଶ ସମୟ ଓଡ଼ିଶାରେ ବିତିଛି। ରିଜର୍ଭ ବ୍ୟାଙ୍କରେ ୧୩ ଜଣ ଇଡି ରହିଛନ୍ତି। କିଛି ମାସ ପୂର୍ବରୁ ଇଡି ପଦରେ ଦୀପକ ମହାନ୍ତି କାର୍ଯ୍ୟ କରୁଥିଲେ। ସେ ଅବସର ଗ୍ରହଣ କରିସାରିଛନ୍ତି। ପୁରୀରେ ଜନ୍ମ ଗ୍ରହଣ କରିଥିବା ହାରୁନ ରସିଦ ଖାନ୍ ମଧ୍ୟ କିଛି ବର୍ଷ ପୂର୍ବେ ରିଜର୍ଭ ବ୍ୟାଙ୍କର ଇଡି ଭାବେ କାର୍ଯ୍ୟ କରୁଥିଲେ।

Comments are closed.