Odisha Link
Bridging the Missing Links in Odisha

ଖୁବ ଶୀଘ୍ର ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ବର: କରୋନା କଟଣା କାରଣରୁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରାଯାଇଥିଲା। ତେବେ ରାଜ୍ୟରେ ଖୁବ୍ ଶୀଘ୍ର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।

ଧର୍ମାନୁଷ୍ଠାନ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭିନ୍ନ ଜିଲ୍ଲାରେ ଥିବା ଧର୍ମାନୁଷ୍ଠାନ ଖୋଲାଯିବ । ଏ ନେଇ ସମସ୍ତ ଜିଲ୍ଲାରୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର କ୍ଷମତା ପ୍ରଦାନ କରିଛନ୍ତି। ବିଭିନ୍ନ କମିଟି ସହ ଆଲୋଚନା କରିବା ପରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ।

ପୂର୍ବରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇସାରିଛି। ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ପରେ ଏବେ ରାଜ୍ୟର ଅନ୍ୟ ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଦାବି ଜୋର୍ ଧରିଛି। ମନ୍ଦିର ଖୋଲିବା ନିଷ୍ପତ୍ତି ହୋଇପାରୁନଥିବାରୁ ବିଭିନ୍ନ ମନ୍ଦିରର ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ସମସ୍ତ ଗାଇଡ୍ ଲାଇନ୍ ପାଳନ କରାଯାଇ ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ପୂଜକମାନେ କହିଛନ୍ତି। ରାଜ୍ୟ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛାଡିଛନ୍ତି । ନିଜ ଜିଲ୍ଲାରେ କୋଭିଡ୍ ସ୍ଥିତି ଦେଖି ସେମାନେ ମନ୍ଦିର ଖୋଲିବା ସଂପର୍କରେ ନିଷ୍ପତ୍ତି ନେବେ।

Comments are closed.