Odisha Link
Bridging the Missing Links in Odisha

ମହିଳାଙ୍କଠୁ ଝାମ୍ପି ନେଲେ ସୁନା ଚେନ

ଖଲ୍ଲିକୋଟ : ଦିନ ଦ୍ୱିପହରରେ ଜଣେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା। ଏହି ଘଟଣାଟି ଗଞ୍ଜାମ ଜିଲ୍ଲା ଛତ୍ରପୁର କୋର୍ଟ ଷ୍ଟେସନ ଗଳି ନିକଟରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଙ୍କ ନାମ ଆଶା ଦେବି ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆଶା ଦେବୀ ନିଜ ସମ୍ପର୍କୀୟଙ୍କ ଘରକୁ ଏକ ବିବାହ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ। ଆଜି ସକାଳୁ ସେ ଘର ନିକଟରେ ଥିବା ଠାକୁରାଣୀ ମନ୍ଦିର ଯାଇ ସେଠାରୁ ସମ୍ପକୀୟଙ୍କ ଘରକୁ ଫେରୁଥିଲେ।

ଦୁଇ ଜଣ ଲୋକ ବାଇକ ଆସି ତାଙ୍କ ସମ୍ପକୀୟ ଘର ସମୁଖରୁ ମହିଳା ଜଣକ ବେକରେ ପିନ୍ଧିଥିବା ସୁନା ଚେନ ଏବଂ ଏକ ମାଳି ଝାମ୍ପି ନେଇଛନ୍ତି। ଘଟଣାସ୍ଥଳରୁ ଲୁଟେରା ବାଇକରେ ଫେରାର ହୋଇଯାଇଛନ୍ତି ।  ଖବର ପାଇ ଛତ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ ମଧ୍ୟ କରୁଛି ।

Comments are closed.