Odisha Link
Bridging the Missing Links in Odisha

ପୁଲିସ ସୂଚନା ଦାତା ସନ୍ଦେହରେ ହତ୍ୟା

ମାଲକାନଗିରି: ପୁଲିସ ସୂଚନା ଦାତା ସନ୍ଦେହ କରି ଜଣେ ବ୍ୟକ୍ତିଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି। ଏହି ହତ୍ୟା କାଣ୍ଡଟି ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶରେ ରବିବାର ରାତିରେ ଘଟିଛି।
ନିହତ ବ୍ୟକ୍ତିଜଣକ ହେଉଛନ୍ତି ବିଶାଖାପାଟଣା ଜିଲ୍ଲା ମୁଦୁଗୁଲା ମଣ୍ଡଳର ଭାକାପାଲି ଗ୍ରାମର ଯେମିଲି କୃଷ୍ଣ ରାଅନୁ।

ବିଳମ୍ବିତ ରାତ୍ରରେ ସଶସ୍ତ୍ର ନକ୍ସଲମାନେ ଭାକାପାଲି ଗାଁକୁ ଘେରାଉ କରି କୃଷ୍ଣଙ୍କୁ ଖୋଜିଥିଲେ। ଏହାପରେ ସେମାନେ କୃଷ୍ଣଙ୍କୁ ଘରୁ ବାହାର କରି ନେଇ ହତ୍ୟା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.