ସେଲ୍ଫି ନେବା ହେଲା କାଳ: ଜଳିଗଲେ ଯୁବକ, ବଗିରେ ନିଆଁ

ପାରଳାଖେମୁଣ୍ଡି: ସେଲ୍ଫି ନେବା ହେଲା କାଳ। ଟ୍ରେନ୍ ବଗିରେ ସେଲ୍ଫି ନେବା ବେଳେ ଜଳିଗଲେ ଯୁବକ। ଯୁବକ ଜଳିଯିବା ସହ ଟ୍ରେନ୍ର ଗୋଟିଏ ବଗିର ନିଆଁ ଲାଗିଯାଇଛି। ପାରଳାଖେମୁଣ୍ଡି ଷ୍ଟେସନରେ ସେଲ୍ଫି ନେବା ବେଳେ ଏଭଳି ଅଘଟଣ ଘଟିଛି।
ସୂଚନାମୁତାବକ, କରୋନା ଯୋଗୁଁ କିଛି ଦିନ ହେଲା ଷ୍ଟେସନରେ ଛିଡା ହୋଇ ରହିଥିଲା ଟ୍ରେନ୍। ଟ୍ରେନ୍ ଉପରେ ପାଲ ଘୋଡ଼ା ଯାଇଥିଲା। ଯୁବକ ଜଣଙ୍କ ସେହି ଟ୍ରେନ୍ ଉପରେ ଛିଡ଼ା ହୋଇ ସେଲ୍ଫି ନେଉଥିଲେ। ସେଲ୍ଫି ନେବା ସମୟରେ ଟ୍ରେନ୍ ଉପରେ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ଜଣକ ଆସିଥିଲେ। ଫଳରେ ସେ ଜଳି ଯାଇଥିଲେ। ପରେ ନିଆଁ ଟ୍ରେନ୍ରେ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ଉଦ୍ୟମ କରୁଥିବା ନେଇ ରହିଛି ସୂଚନା ମିଳିଛି।।