Odisha Link
Bridging the Missing Links in Odisha

୫ ଦିନିଆ ରିମାଣ୍ଡ ଶେଷ, ପୁଣି ଜେଲ ଗଲେ ଆକାଶ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଆକାଶ ପାଠକ ପୁଣି ଜେଲ ଯାଇଛନ୍ତି। ଆକାଶ ଗିରଫ ହେବା ପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଏହାରି ମଧ୍ୟରେ ଆଜି ରିମାଣ୍ଡ ଅବଧି ଶେଷ ହୋଇଛି। ଫଳରେ ଆଜି କୋର୍ଟରେ ହାଜର ହୋଇଥିଲେ ଆକାଶ। ଏହା ପରେ ଆକାଶ ପୁଣି ଥରେ ଜେଲ ଯାଇଛନ୍ତି।

ସୁଚନାଯୋଗ୍ୟ, ଆକାଶଙ୍କୁ ପାଞ୍ଚଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ। ଚାକିରୀ ଜାଲିଆତି ମାମଲାରେ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ଜେରା କରୁଥିଲା। ଟାଟା ମୋଟର୍ସର ଫେକ୍ ଏମଡି ଆକାଶ ପାଠକଙ୍କୁ କ୍ରାଇମବ୍ରାଞ୍ଚର ବଛାବଛା ଅଫିସରଙ୍କ ଜେରା କରିଛନ୍ତି। ପାଞ୍ଚ ଦିନିଆ ରିମାଣ୍ଡରେ ଆକାଶକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ମହାଠକେଇ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ।

ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଲୋକଙ୍କୁ ଭୁଆଁ ବୁଲାଉଥିଲେ ଆକାଶ। ଚାକିରି ନାଁରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଏପରିକି ଜାଲ୍ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା। ଆକାଶଙ୍କ ପିଏ‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଛି।

Comments are closed.