Odisha Link
Bridging the Missing Links in Odisha

୪ଟି ପର୍ଯ୍ୟାୟରେ ହେବ JEE (ମେନ୍) ପରୀକ୍ଷା

ନୂଆଦିଲ୍ଲୀ: ୨୦୨୧ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଜି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ୍‌ JEE (ମେନ୍) ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ୨୦୨୧ JEE (ମେନ୍) ପରୀକ୍ଷା ୪ଟି ସେସନ୍‌ରେ ହେବ। ୨୦୨୧ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ୍‌ ଓ ମେ’ ରେ ହେବ JEE (ମେନ୍) ପରୀକ୍ଷା।

ଆଇଆଇଟି, ଏନ୍ଆଇଟିରେ ଆଡମିଶନ ପାଇଁ ପ୍ରଥମ ପ୍ରବେଶିକା ପରୀକ୍ଷା ଫେବୃଆରୀ ୨୩ ରୁ ୨୬ ପର୍ଯ୍ୟନ୍ତ ହେବ। ପରୀକ୍ଷାଶେଷହେବାର ୪ରୁ ୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ଟ୍ୱିଟ୍‌ କରି ଶିକ୍ଷା ମନ୍ତ୍ରୀ ରମେଶ ପୋଖ୍ରିଆଲ ସୂଚନା ଦେଇଛନ୍ତି।

Comments are closed.