Odisha Link
Bridging the Missing Links in Odisha

୩ରୁ ଖୋଲିବ ବଳଦେବଜିଉ ମନ୍ଦିର

କେନ୍ଦ୍ରାପଡା: କରୋନା ଯୋଗୁଁ ମନ୍ଦିର ବନ୍ଦ ରହିଥିବା ବେଳେ ଏବେ ଧିରେ ଧିରେ ମନ୍ଦିରମାନ ଖୋଲିବାରେ ଲାଗିଛି। ଶ୍ରୀ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଖେଲିବାନେଇ ଅନୁମତି ମିଳିବା ପରେ ଅନ୍ୟ ମନ୍ଦିରମାନ ଖୋଲିବା ନେଇ ପ୍ରସ୍ତୁତି ଚାଲିଛି।

ଏହାରି ମଧ୍ୟରେ ଜାନୁଆରୀ ୩ରୁ ଖୋଲିବାକୁ ଯାଉଛି କେନ୍ଦ୍ରାପଡାର ବଳଦେବଜିଉ ମନ୍ଦିର। ମନ୍ଦିର ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା। କିନ୍ତୁ କୋଭିଡ୍ ଗାଇଡଲାଇନ ଅନୁସାରେ ଭକ୍ତଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ। ଏଥିସହ ଏକ ସମୟରେ ୧୦୦ରୁ ଅଧିକ ଭକ୍ତଙ୍କୁ ମନ୍ଦିର ପ୍ରବେଶ ନିଶେଦ୍ଧ ବୋଲି କୁହାଯାଇଛି।

Comments are closed.