Odisha Link
Bridging the Missing Links in Odisha

ରିଲ୍‌ ନୁହେଁ ରିଅଲ୍ ଲାଇଫ୍‌ରେ ‘ବିବାହ’ ସିନେମାର କାହାଣୀ

ନୂଆଦିଲ୍ଲୀ: ରିଲ୍‌ ନୁହେଁ ରିଅଲ୍ ଲାଇଫ୍‌ରେ ଦେଖିବାକୁ ମିଳିଛି ‘ବିବାହ’ ସିନେମାର କାହାଣୀ। ‘ବିବାହ’ ସିନେମାର କାହାଣୀ ଭଳି ଏକ ଘଟଣା ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଥିବା ଦେଖିବାକୁ ମିଳିଛି। ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

ସୂଚନା ମୁତାବକ, ପ୍ରତାପଗଡ଼ର କୁଣ୍ଡା ଅଞ୍ଚଳରେ ରହୁଥିବା ଆରତୀଙ୍କ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଥିଲା। ଡିସେମ୍ବର ୮ ତାରିଖ ରାତିରେ ବର ଆସିବାକୁ ଥିଲା ବେଳେ ସେହିଦିନ ଅପରାହ୍ନରେ ନିଜ ତିନିବର୍ଷର ଭଣଜାକୁ ବଞ୍ଚାଇବାକୁ ଯାଇ ଛାତରୁ ତଳକୁ ଖସି ପଡ଼ିଥିଲେ ଆରତୀ। ସଙ୍ଗେସଙ୍ଗେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥା‌ରେ ଉଦ୍ଧାର କରି ପ୍ରୟାଗର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିକିତ୍ସା ପରେ ଆରତୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା କହିଥିଲେ।

ଏହାପରେ ଆରତୀଙ୍କ ପରିବାର ଲୋକ ତୁରନ୍ତ ଏସମ୍ପର୍କରେ ପୁଅ ଘର ଲୋକଙ୍କୁ ଜଣାଇଥିଲେ। ଏବଂ ପୁଅ ବାଲା ଯାହା ନିଷ୍ପତ୍ତି ନେବେ ସେମାନେ ତାହାକୁ ସ୍ବୀକାର କରିବେ ବୋଲି କହିଥିଲେ। ଏଥିସହ ଆରତୀଙ୍କ ପରିବାର ଲୋକ ପୁଅ ବାଲାଙ୍କୁ ସାନ ଝିଅ ସହିତ ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିରେ ଆୱାଦେଶ ରାଜି ହୋଇ ନଥି‌ଲେ। ଯାହାବି ପରିସ୍ଥିତି ହେଉ ସେ ଆରତୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବେ ବୋଲି ସ୍ଥିର କରିଥିଲେ।

ଏହାପରେ ଡାକ୍ତରଙ୍କ ସହ କଥା ହୋଇ ଆୱାଦେଶ ଶଯ୍ୟାଶାୟୀ ଅବସ୍ଥାରେ ବିବାହ ରୀତିନୀତି ଶେଷ କରି ଆରତୀଙ୍କ ମଥାରେ ସିନ୍ଦୂର ଭରି ତାଙ୍କୁ ସବୁଦିନ ପାଇଁ ଜୀବନସାଥୀ କରିଥିଲେ। ଏହି ବିବାହ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି।

Comments are closed.