Odisha Link
Bridging the Missing Links in Odisha

ଭଉଣୀ ହତ୍ୟାକଲା ଭାଇ, ପରିବାରର ୧୨ ଜଣ ଗିରଫ

କଳାହାଣ୍ଡି: ଭାଇ ଭଉଣୀ ସମ୍ପର୍କରେ କଳଙ୍କ। ଭଉଣୀକୁ ହତ୍ୟା କଲା ଭାଇ। ଘଟଣାକୁ ଚପାଇବାକୁ ପରିବାର ଲୋକ ଶବଦାହରେ ସହଯୋଗ କରିଥିବା ଅଭିଯୋଗରେ ୧୨ଜଣ ଗିରଫ। ଏଭଳି ଅଭାବନୀୟ ଘଟଣା ଘଟିଛି ବିଶ୍ବନାଥପୁର ଥାନା ଦାରପଟା ଗାଁରେ।

ଗତ ୭ ତାରିଖରେ ମୃତକ ଅନୀତା ବେହେରାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି। ପରେ ଭାଇ ଭଉଣୀ ଅନୀତାକୁ ମାରିଥିବା ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ମୃତକର ଭାଇ ଅଲେଖ ବେହେରା, ବାପା କେଶନୀ ବେହେରା, ମାଆ କୌଶଲ୍ୟା ବେହେରାଙ୍କ ସମେତ ଏଥିରେ ସହଯୋଗ କରିଥିବା ଅର୍ଜୁନ ବେହେରା, ଭଗତ ବେହେରା, ଦାସ ବେହେରା, ଜିତେନ୍ଦ୍ର ବେହେରା, ହର ବେହେରା, ବଳରାମ ବେହେରା, ଗୋମତୀ ସାହୁ, ଜୟ ବେହେରା ଏବଂ ପୀତବାସ ବେହେରାଙ୍କୁ ପୋଲିସ ଗିରଫ କରିଛି।

Comments are closed.