Odisha Link
Bridging the Missing Links in Odisha

ଠିକାଦାରଙ୍କୁ ମାରି ଗାଡ଼ି ପୋଡ଼ିଦେଲେ ମାଓବାଦୀ

ମାଲକାନଗିରି: ମାଥିଲି ଗୋଲିଆଗୁଡ଼ାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମରେ ନିୟୋଜିତ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି। ଗୋଟିଏ ବୋଲେରୋ, ଗୋଟିଏ ପ୍ରୋକଲିନ ମେସିନ ସହ ୩ଟି ଗାଡ଼ିକୁ ମାଓବାଦୀମାନେ ପୋଡ଼ି ଦେଇଛନ୍ତି।

ଉନ୍ନୟନମୂଳକ କାର୍ୟ୍ୟ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ରାସ୍ତା କାମରେ ନିୟୋଜିତ ଥିବା ଏକ ପୋକଲିନକୁ କ୍ଷତିଗ୍ରସ୍ତ କରିବା ସହ ଏକ ବୋଲେରୋ ଗାଡିରେ ନିଆଁ ଲଗାଇ ଦେଇଛନ୍ତି।

ଏହାସହ ସମ୍ପୃକ୍ତ ଠିକାଦାରଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଠିକାଦାରଙ୍କ ନାମ ସୁକୁମାର ମଣ୍ଡଳ ବୋଲି ଜଣାପଡିଥିବା ବେଳେ ଏନେଇ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ତେବେ ଏହି କାଣ୍ଡରେ ଦରଭା ଡିଭିଜନର ମାଓବାଦୀ ସାମିଲ ଥିବା ଜଣା ପଡିଛି।

Comments are closed.