Odisha Link
Bridging the Missing Links in Odisha

ହାତଗୋଡ଼ ବାନ୍ଧି ଗାଡ଼ି ମଡ଼େଇ ହତ୍ୟା

ଝାରସୁଗୁଡ଼ା: ହାତଗୋଡ଼ ବାନ୍ଧି ଗାଡି ମଡ଼େଇ ହତ୍ୟା। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଥାନା ଅନ୍ତର୍ଗତ ବେଲପାହାଡ଼ରେ ଏକଳି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ ହାତଗୋଡ଼ ବାନ୍ଧି ତାଙ୍କ ଉପରେ ଗାଡ଼ି ଚଳାଇ ହତ୍ୟା କରାଯାଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ -କନିକା ରାସ୍ତା ଉପରେ ଗ୍ରିଣ୍ଡୋଲା ଗାଁ ଠାରୁ ଅଳ୍ପ ଦୂରରେ ଥିବା ମାଣିକେଶ୍ୱରୀ ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କର ହାତଗୋଡ଼ ବନ୍ଧାଯିବା ସହ ମୁହଁରେ କପଡ଼ା ବାନ୍ଧି ଶରୀର ଉପରେ ଗାଡି ଚଳେଇ କେହି ମାରି ଦେଇଥିବା ଜଣାପଡ଼ିଛି।

ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ପରିକଳ୍ପିତ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଏହି ଘଟଣାଟି ଗତକାଲି ରାତିରେ ଘଟିଛି। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ପହଞ୍ଚି ଘଟଣାସ୍ଥଳରୁ ମୃତ ଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଛି। ଶରୀର ଉପରେ ଭାରୀ ଯାନ ଚଳାଯାଇ ବ୍ୟକ୍ତିକୁ ହତ୍ୟା କରାଯାଇଥିବାରୁ ଉକ୍ତ ଲୋକକୁ ଚିହ୍ନଟ କରିବା ପୁଲିସ ପାଇଁ କଷ୍ଟକର ହୋଇପଡ଼ିଛି।

Comments are closed.