Odisha Link
Bridging the Missing Links in Odisha

କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ସର୍ବେଶ୍ୱର ରାଓ

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ପାଖଲୋକ ସର୍ବେଶ୍ୱର ରାଓଙ୍କୁ ଜେରା। ଆକାଶ ପାଠକଙ୍କ ସହ ଚାକିରି ନାଁରେ ଠକେଇ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ସର୍ବେଶ୍ୱର ରାଓଙ୍କୁ ମାରାଥନ ଜେରା କରୁଛି। ନିଯୁକ୍ତି ଜାଲିଆତିରେ ମଧ୍ୟସ୍ଥି ହୋଇଥିଲେ ସର୍ବେଶ୍ୱର।

ଗିରଫ ଭୟରେ ଆତ୍ମଗୋପନ କରିଥିଲେ ସର୍ବେଶ୍ୱର। ଗିରଫ ହେବା ପରେ ଏବେ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ। କିଭଳି ଉପାୟରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ ସେନେଇ ତଥ୍ୟ ହାସଲା କରାଯାଉଛି। ତେବେ ଆଗକୁ ସାମ୍ନାସାମ୍ନି ଜେରା ହୋଇପାରେ ବୋଲି ସୂଚନା ମିଳିଛି।

ଏଥିସହ ଆକଶଙ୍କୁ କୋର୍ଟରୁ ଆଣି ହାଜର କରିବା ପୂର୍ବରୁ ପିଟର ଦେଇଥିବା ତଥ୍ୟକୁ ନେଇ ପ୍ରଦୀପ ଓ ଆକାଶଙ୍କୁ ଦ୍ବିତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ ରାଉଣ୍ଡଅପ୍ କରିଥିଲା।ସେପଟେ କ୍ରାଇମବ୍ରାଞ୍ଚର ଡିପ୍ ସ୍କାନରରେ ଅଛନ୍ତି ସର୍ବେଶ୍ୱର ରାଓ। ଆକାଶ-ପ୍ରଦୀପ ଠକେଇରେ ସର୍ବେଶ୍ୱର ଥିଲେ ମିଡିଲମ୍ୟାନ।

ଆଜି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀହଙ୍କ ରିମାଣ୍ଡ ଅବଧି ସରିଛି। ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପ୍ରଦୀପଙ୍କୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ। ପ୍ରଦୀପଙ୍କୁ ୨ଦିନରେ ମାରାଥନ ଜେରା କରିଛନ୍ତି ତଦନ୍ତକାରୀ ଦଳ।

Comments are closed.